Latest Odisha News

BREAKING NEWS

କାଲି ଓଡ଼ିଶା ବନ୍ଦ; ନବନିର୍ମାଣ କୃଷକ ସଂଗଠନର ବନ୍ଦ ଡାକରାକୁ ଫରୱାର୍ଡ଼ ବ୍ଲକର ସମର୍ଥନ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ଦାୟିତ୍ୱହୀନତା କାରଣରୁ ଚାଷୀଙ୍କ ଠାରୁ ଧାନ କିଣିବାରେ ଚରମ ବିଫଳତା ପ୍ରତିଫଳିତ ହେଉଛି। ସରକାରୀ କଳ ଓ ମିଲରଙ୍କ ମଧୁଚନ୍ଦ୍ରିକା କାରଣରୁ କୃଷକ ଶୋଷଣର ଶିକାର ହେଉଛନ୍ତି। କେଉଁଠି ମଣ୍ଡି ଖୋଲୁନାହିଁ ତ କେଉଁଠି ମଣ୍ଡିରେ ଚାଷୀ ଧାନ ଧରି ବସି ରହିଛି । କିଛି ଜାଗାରେ ଧାନ କିଣା ଯାଇଥିଲେ ମଧ୍ୟ ଚାଷୀ ଆକାଉଣ୍ଟକୁ ଅଦ୍ୟାବଧି ପଇସା ଆସିପାରିନାହିଁ।

ଏଭଳି ଚରମ ଅବ୍ୟବସ୍ଥା ପ୍ରତିବାଦରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ଜାନୁଆରୀ ୨୮ ତାରିଖ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି।

ତେବେ ରାଜ୍ୟର ଅନ୍ନଦାତା କୃଷକ ଏବଂ କୃଷିଜୀବିଙ୍କ ସ୍ୱାର୍ଥରେ ଆହୂତ ଏହି ବନ୍ଦକୁ ଫରୱାର୍ଡ଼ ବ୍ଲକ ସମର୍ଥନ କରୁଛି ବୋଲି ପ୍ରକାଶ କରିଛନ୍ତି ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର।

Comments are closed.