Latest Odisha News

BREAKING NEWS

ଫେବୃଆରୀ ୧୫ରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: ଫେବୃଆରୀ ୧୫ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଯାହାକୁ ଦୃଷ୍ଟିରେ ସେହି ଦିନ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ବନ୍ଦରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ସରସ୍ୱତୀ ପୂଜା (ଫେବୃଆରୀ ୧୬)ରେ ପଡୁଥିବାରୁ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ତଥା ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା ଯେମିତି ସ୍ୱାସ୍ଥ୍ୟ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା, ଔଷଧ ଦୋକାନ ଓ କ୍ଷୀର ଦୋକାନ ଆଦିକୁ ବାଦ୍ ଦିଆଯିବ ବୋଲି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏଥିସହ ବିବାହ ଗାଡ଼ିକୁ ମଧ୍ୟ ଛଡ଼ାଯିବ ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

Comments are closed.