Latest Odisha News

ଲଦାଖର ସର୍ବୋଚ୍ଚ ଗିରିଶୃଙ୍ଗରେ ୟୁଏଭି ହୋଭରର ସଫଳ ପରୀକ୍ଷଣ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏରିଏଲ୍ ମୋବିଲିଟି ମାନୁଫ୍ୟାକ୍‌ଚରିଂ ଫାର୍ମ ତଥା ଓଡ଼ିଶାର ବନ୍‌ଭି ଏରୋ ହାଇ-ଅଲ୍ଟିଚ୍ୟୁଡ ଅନ୍‌ମ୍ୟାନ୍‌ଡ ଏରିଏଲ୍ ଭେଇକିଲ୍ସ (ୟୁଏଭି) ଟେକ୍ନୋଲୋଜି କ୍ଷେତ୍ରରେ ଏକ ନୂଆ ବିଶ୍ୱ ରେକର୍ଡ ହାସଲ କରି ଇଣ୍ଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡସ୍‌ରେ ପ୍ରବେଶ କରିଛି । ଭାରତୀୟ ସେନାରେ ହେଭି-ଲିଫ୍ଟ ୟୁଏଭିଗୁଡିକର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଏହି କମ୍ପାନୀ ୩୦କେଜିର ପେଲୋଡ଼ ପରିବହନ କରି ୧୯,୦୨୪ ଫୁଟ୍‌ର ଏକ ଅଲ୍ଟିଚ୍ୟୁଡରେ ଏକ ହୋଭର ଫ୍ଲାଇଟ୍ ପରୀକ୍ଷଣ ସମ୍ପୂର୍ଣ୍ଣ କରିଛି । ଯାହାକି ହାଇ-ଅଲ୍ଟିଚ୍ୟୁଡ ସେଟିଙ୍ଗ୍‌ରେ ୟୁଏଭି ପରିଚାଳନା ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛି ।

ଏହି ପରୀକ୍ଷଣକୁ ଲଦାଖର ଉମ୍‌ଲିଙ୍ଗ ଲା ପାସ୍‌ଠାରେ ସଫଳତାର ସହ ପରିଚାଳନା କରାଯାଇଛି, ଯାହାକି ବିଶ୍ୱର ସର୍ବୋଚ୍ଚ ମୋଟୋରେବୁଲ ମାଉଂଟେନ ପାସ୍ ଭାବେ ପରିଚିତ ଅଟେ । ବନ୍‌ଭି ଏରୋର ୟୁଏଭି ପ୍ଲାଟ୍‌ଫର୍ମ ୩୦କେଜିର ପେଲୋଡ୍ ଉଠାଇ ଏବଂ ୧୦୦କେଜିର ମୋଟ ଟେକ୍‌ଅଫ୍ ଓଜନ ସହ ୧୯୦୨୪ ଫୁଟ୍‌ରେ ଉଡାଣ ଭରି ନିଜର କ୍ଷମତାକୁ ପ୍ରଦର୍ଶିତ କରିଛି ।

ବନ୍‌ଭି ଏରୋର ୟୁଏଭି ପ୍ଲାଟ୍‌ଫର୍ମ  ଅଧିକ ଭାରି ପେଲୋଡ୍ ନିୟନ୍ତ୍ରଣ କରିବା ପାଇଁ କ୍ଷମତାକୁ ପ୍ରଦର୍ଶିତ କରୁଛି । ଏହି ସଫଳତା ନ୍‌-ହାଉସ୍ ଆର୍‌ଆଣ୍ଡ୍‌ଡି, ଡିଜାଇନ କ୍ଷମତା ଓ ସ୍ୱଦେଶୀ ପ୍ରପଲ୍‌ସନ ସିଷ୍ଟମଗୁଡିକ କାରଣରୁ ସମ୍ଭବ ହୋଇଛି । ଏହି ସଫଳତା ସହିତ ବନ୍‌ଭି ଏରୋ ହେଭି-ଲିଫ୍ଟ ଲଜିଷ୍ଟିକ୍ସ ୟୁଏଭି ସେଗ୍‌ମେଂଟ୍ କ୍ଷେତ୍ରରେ ଏକ ଲିଡର ଭାବେ ନିଜର ସ୍ଥିତିକୁ ସୁଦୃଢ କରିଛି ଏବଂ ଅଧିକ ଚାହିଦାପୂର୍ଣ୍ଣ ପରିବେଶ ପାଇଁ ନିଜ ପ୍ଲାଟ୍‌ଫର୍ମକୁ ଆହୁରି ବିକଶିତ କରିବାକୁ ଯୋଜନା ରଖିଛି ।

Leave A Reply

Your email address will not be published.