Latest Odisha News

ଶୁଭେନ୍ଦୁଙ୍କ ଫର୍ମୁଲାରେ ଓଡିଶା ବିଜେପି

ଭୁବନେଶ୍ୱର : କେନ୍ଦ୍ର ବିଜେପି ଫୋକସରେ ଓଡିଶା  । ଶାସକ ବିଜେଡିକୁ ଗାଦିଚ୍ୟୁତ କରିବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି  । ଓଡିଶା ବିଜେପି ଏହି ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  ।

କାରଣ ବିଜେଡିର କଟ୍ଟର ବିରୋଧି କୁହାଯାଉଥିବା ଜୟନାରାୟଣ ମିଶ୍ରଙ୍କୁ ବିରୋଧି ଦଳ ନେତା ଭାବେ ଦାଇତ୍ୱ ମିଳିବା । ବିଜେପିର  ଚାଣକ୍ୟ କୁହାଯାଉଥିବା  ଅମିତ ଶାହା ଓଡିଶା ଗସ୍ତର ଆସିବା ସହ  ଓଡିଶାରେ ସରକାର ଗଢିବା ପାଇଁ ରାଜ୍ୟ ବିଜେପିଙ୍କୁ ଗୁରୁ ମନ୍ତ୍ର ଦେବା  ।   ଅମିତ ଶାହା ଓଡିଶା ଗସ୍ତର ମାତ୍ର ଦୁଇ ଦିନ ପରେ ରାଜ୍ୟ ପ୍ରଭାରୀଙ୍କ ବଦଳିବା ।  ବିଜେପି ରାଜ୍ୟ ପ୍ରଭାରୀ ଭାବେ ସୁନୀଲ ବଂସଲଙ୍କୁ ଦାୟିତ୍ୱ  ସହ ଓଡିଶା ଗ୍ରସ୍ତରେ ଆସି ସଂଗଠନ ବିସୟରେ ଆଲୋଚନା କରିବା । ଏହା ପରେ  ଲଗାତର ଭାବେ  କେନ୍ଦ୍ର ମନ୍ତ୍ରୀ ମାନଙ୍କର ଓଡିଶାର ବିଭିନ୍ନ ଜିଲ୍ଲା ଗ୍ରସ୍ତ । ଏହି ସବୁ ଘଟଣାରେ ଗୋଟିଏ ସାମାନତା ହେଉଛି, ଓଡିଶାରେ ବିଜେପିର ସରକାର ଗଠନ ପାଇଁ ସମସ୍ତ ନେତା କିଛି ନା କିଛି ବୟାନ ଦେଇଛନ୍ତି  । ଏଥିରୁ ଜଣାପଡ଼ୁଛି ସମସ୍ତଙ୍କର ଗୋଟାଏ ଲକ୍ଷ୍ୟ  ତାହା ହେଉଛି ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା । ୨୦୨୪ରେ ନବୀନଙ୍କୁ ଗାଦିଚ୍ୟୁତ କରି ବିଜେପି ସରକାର ଗଠନ କରିବା ହିଁ ବିଜେପିର ମୁଖ୍ୟ ଲକ୍ଷ  ।

ତେବେ ପୁରୀରେ  ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଦଳର ବରିଷ୍ଟ ନେତା ମାନଙ୍କ ସମେତ ୩୬ଟି ସାଙ୍ଗଠନିକ ଜିଲ୍ଲାର କର୍ମୀ, ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଓଡିଶାରେ ପଶ୍ଚିମବଙ୍ଗ ଢଙ୍ଗରେ ଲଢ଼େଇ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି  । ଶ୍ରୀ ପୁରୋହିତଙ୍କ କହିବାନୁସାରେ ପଶ୍ମିମବଙ୍ଗ ବିରେଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଯେପରି ପଛଘୁଞ୍ଚା ନଦେଇ  ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ସରକାର  ବିରୁଦ୍ଧରେ ଟାର୍ଗେଟ କରୁଛନ୍ତି ଯେପରି ରଣହୁଙ୍କାର ଦେଇଛନ୍ତି , ସେହିଭଳି  ଓଡିଶାର ବିଜେପି କର୍ମକର୍ତ୍ତା ପଛକୁ ଘୁଞ୍ଚିବେ ନାହିଁ। ଲଢ଼େଇ ଜୋରଦାର କରିବେ  । ଓଡ଼ିଶାରେ କର ବା ମର ଡାକରା ଦେବ ବିଜେପି ।  ବିଜେଡି ସରକାର ଓଡ଼ିଶାରୁ ବିଦା ନ ହେଲେ ଓଡ଼ିଶା ଧ୍ୱସାଂଭିମୁଖୀ ହେବ। ତେଣୁ ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା ଆମର ଏକମାତ୍ର ଲକ୍ଷ୍ୟ । ଏଥର ନିର୍ବାଚନରେ ଏମତି ଲଢ଼େଇ ହେବ ଯାହା କେହି କେବେ କଳ୍ପନା କରି ନ ଥିବେ ବୋଲି କହିଛନ୍ତି  ପ୍ରଦୀପ ପୁରୋହିତ ।  ତାସହ ବିଜେଡି ପାଇଁ ଯେଉଁ ସରକାରୀ କର୍ମଚାରୀ କାମ କରୁଛନ୍ତି ସେମାନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ପ୍ରଦୀପ ପୁରୋହିତ  । ତେବେ ବିଜେପି ନେତା ମାନଙ୍କର ବୟାନବାଜିରୁ ସ୍ପଷ୍ଟ ଜଣାପଡୁଛି ଓଡିଶା ବିଜେପି ଆଗାମୀ ରଣନୀତି ପଶ୍ଚିମବଙ୍ଗ ବିଜେପି ଭଳି ଆକ୍ରମଣାତ୍ମକ ହେବାକୁ ଯାଉଛି  ।

 

 

 

 

 

 

Leave A Reply

Your email address will not be published.