Latest Odisha News

BREAKING NEWS

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଉଥାପ୍ପା

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରବିନ ଉଥାପ୍ପା ଆଜି କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ମୁକାବିଲା ପରେ ସେ ଭାରତର ଘରେ ଘରେ ପରିଚିତ ହୋଇ ଯାଇଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲର ଫଳାଫଳ ପାଇଁ ବୋଲଆଉଟର ସହାୟତା ନିଆ ଯାଇଥିଲା । ଏଥିରେ ଉଥାପ୍ପା ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । କର୍ଣ୍ଣାଟକ ଓ ଦେଶ ପକ୍ଷରୁ ଖେଳିବାକୁ ସୁଯୋଗ ପାଇଥିବାରୁ ମୁଁ ସର୍ବଦା ନିଜକୁ ଗୌରବନ୍ୱିତ ମନେ କରୁଛି ବୋଲି ଅବସର ଘୋଷଣା ପରେ ଉଥାପ୍ପା କହିଛନ୍ତି । ୨୦୧୪ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସକୁ ଚାମ୍ପିୟନ କରାଇବାରେ ସେ ଆଗରେ ରହିଥିଲେ । ସେହି ସିଜନରେ ଉଥାପ୍ପା ୬୬୦ ରନ ସଂଗ୍ରହ କରିଥିଲେ ।

୨୦୦୪ରେ ୧୯ ବର୍ଷରୁ କମ ବିଶ୍ୱକପ ଟିମର ସଦସ୍ୟ ଥିବା ଏହି ଯୁବ କ୍ରିକେଟର ୨୦୦୬ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ୪୬ ଦିନିକିଆ, ୧୩ ଟି୨୦ ମ୍ୟାଚ ଭାରତ ପକ୍ଷରୁ ଖେଳିଛନ୍ତି । ବିଶ୍ୱକପ ବିଜୟୀ ଟିମ ସହ ରହିବା ବ୍ୟତୀତ ଆଇପିଏଲରେ ୨୦୧୪ ଚାମ୍ପିୟନ କୋଲକାତା ଓ ୨୦୨୧ ଚେନ୍ନାଇ ଟିମର ସଦସ୍ୟ ଥିଲେ । ସେ କେରଳରୁ ଏନଏସି ମଧ୍ୟ ନେଇଛନ୍ତି । ଏବେ ସେ ବିଦେଶରେ ହେବାକୁ ଥିବା ଟି୨୦ ଲିଗରେ ଖେଳିପାରିବେ ।

Leave A Reply

Your email address will not be published.