Latest Odisha News

BREAKING NEWS

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ପୁରନ୍ଦେଶ୍ୱରୀ, ପଚାରିଲେ ଏସବୁ ପ୍ରଶ୍ନ

ଭୁବନେଶ୍ୱର: ବିଜେପି ପ୍ରଭାରୀ ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିବା ଡି. ପୁରନ୍ଦେଶ୍ୱରୀ ରାଜ୍ୟ ସରକାର ଓ ବିଜେଡି ଉପରେ ବର୍ଷିଛନ୍ତି । ରାଜ୍ୟ ସରକାରଙ୍କ ଟାର୍ଗେଟ କରି ଅନେକ ପ୍ରଶ୍ନ ପଚାରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ୨୦୧୪ରେ ପକ୍କାଘର ଦେବାକୁ ବିଜେଡି ପ୍ରତିଶ୍ରୁତି ଦେଇଥିଲା । ମାତ୍ର ୨୦୧୯ ସୁଦ୍ଧା ନିଜ ପ୍ରତିଶ୍ରୁତି ପୂରଣ କରିପାରିଲା ନାହିଁ । ଏହା ସୁଶାସନ  ନୁହେଁ, କୁଶାସନର ପ୍ରମାଣ ।

ସେହିପରି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ନହେବା େଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ପ୍ରଶ୍ନ କରିଛନ୍ତି, ଆୟୁଷ୍ମାନ ଯୋଜନା ରାଜ୍ୟରେ କାହିଁକି ଲାଗୁ କଲେ ନାହିଁ ମୁଖ୍ୟମନ୍ତ୍ରୀ ? କେତେ ଘରକୁ ପାନୀୟ ପାଣି ଯୋଗାଣ କରିଛନ୍ତି ରାଜ୍ୟ ସରକାର, ସେନେଇ ହିସାବ ମାଗିଛନ୍ତି । କେନ୍ଦ୍ର କିମ୍ବା ରାଜ୍ୟ କିଏ କୃଷକଙ୍କ ଭଲ ଚାହୁଁଛି ଜାଣିବା ଦରକାର ବୋଲି ପୁରନ୍ଦେଶ୍ୱରୀ କହିଛନ୍ତି ।

ନୟାଗଡ ନାବାଳିକା ମୃତ୍ୟୁ ମାମଲାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ପୁରନ୍ଦେଶ୍ୱରୀ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇବା ସହ ସେ କହିଛନ୍ତି, ସାଢେ ୪ କୋଟି ଲୋକଙ୍କ ମଧ୍ୟରେ କଣ ପରୀ ପରିବାର ଆସୁ ନାହାନ୍ତି କି ? ଓଡିଶାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ନାହିଁ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ।

ମୋଦି ସରକାରଙ୍କ ଜନହିତକର ଯୋଜନା ଓ ସଫଳତାର ଗୁଣଗାନ କରିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ । ପୁରନ୍ଦେଶ୍ୱରୀ କହିଛନ୍ତି, ବିଜେପି ପ୍ରତିଶ୍ରୁତି ପୂରଣ କରିବାକୁ ବଦ୍ଧପରିକର । ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଯୋଗୁ ଦଳ ସଂସଦରେ ବହୁମତ ହାସଲ କରିଛି । ମୋଦି ସରକାର ଲୋକଙ୍କ ହିତରେ ବହୁ ଯୋଜନା କରିଛନ୍ତି । ଗରିବ ଓ ପଛୁଆ ଲୋକଙ୍କ ବିକାଶ ଦିଗରେ କାମ କରୁଛି ବିଜେପି ।

Leave A Reply

Your email address will not be published.