ଭୁବନେଶ୍ଵର: ରାଜ୍ୟରେ ଉପରମୁହାଁ ହେଉଛି ପାରଦ। ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା। ଅସହ୍ୟ ହେଉଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ଆହୁରି ପ୍ରଚଣ୍ଡ ହେବ ତାତି। ଦିନ ୧୧ଟା ୩୦ ସୁଦ୍ଧା ୩୭ ଡିଗ୍ରୀ ସହ ଝାରସୁହଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । କେନ୍ଦୁଝରରେ ୩୬.୪, ସମ୍ବଲପୁରରେ ୩୬.୨, ରାଉରକେଲାରେ ୩୫.୪ ଓ ହୀରାକୁଦରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
୧୮ ତାରିଖ ଯାଏ ଏଭଳି ସ୍ଥିତିରୁ ନିସ୍ତାର ନାହିଁ । ରାଜ୍ୟରେ ଏଭଳି ହିଟ ୱେଭ ଓ ୱାର୍ମ ନାଇଟ ଲାଗି ରହିବ । ରାଜ୍ୟରେ ଆହୁରି ୨ ଦିନ ଗ୍ରୀଷ୍ମ ପ୍ରବାହ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରବିବାରଠାରୁ ୩ ଜିଲ୍ଲା ଝାରସୁଗୁଡ଼ା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବୋଚ୍ଚ ତାମମାତ୍ରା ସ୍ବାଭାବିକ ଠାରୁ ୫ରୁ ୭ ଡିଗ୍ରୀ ଅଧିକ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ଅଧିକ ରହିଛି । ୧୮ ତାରିଖ ପରେ ତାପମାତ୍ରା ୨ରୁ ୪ଡିଗ୍ରୀ ହ୍ରାସ ପାଇବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।