Latest Odisha News

BREAKING NEWS

ଝାଡ଼ଖଣ୍ଡ ପୋଲିସ ବାହିନୀର ମୁଖ୍ୟ ହେଲେ ଓଡ଼ିଶା ଜନ୍ମିତ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଧିକାରୀ ତଦାଶା ମିଶ୍ର ଝାଡ଼ଖଣ୍ଡରେ ପୋଲିସ ବାହିନୀର ମୁଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି।

ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିବା ନେଇ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୨୫ ମସିହା ନଭେମ୍ବର ୬ରେ ସେ ଅବସର ନେଇଛନ୍ତି।

୧୯୯୦ ବ୍ୟାଚ ଅଫିସର ଅନୁରାଗ ଗୁପ୍ତାଙ୍କୁ ଗତ ବର୍ଷ ନଭେମ୍ବରରେ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଝାଡ଼ଖଣ୍ଡ ଡିଜିପି ପଦବୀରୁ ହଟାଇ ଦେଇଥିଲେ। କିନ୍ତୁ ହେମନ୍ତ ସୋରେନ ସରକାରଙ୍କ ସମୟରେ ଫେବୃଆରୀ ୩ ରେ ପୁନର୍ବାର ସେ ଏହି ପଦବୀରେ ନିଯୁକ୍ତ ପାଇଥିଲେ। କେନ୍ଦ୍ର ସରକାରଙ୍କ ଚିଠି ସତ୍ତ୍ୱେ ସେ ସାତ ମାସ ଧରି ଝାଡ଼ଖଣ୍ଡ ଡିଜିପି ଭାବରେ କାର୍ଯ୍ୟରତ ଥିଲେ।

ଅପରପକ୍ଷରେ ଓଡ଼ିଶାର ଏକ ପରିବାରରେ ଜନ୍ମଗ୍ରହଣ କରିଥିବା ତଦାଶା ମିଶ୍ର ୧୯୯୪ ମସିହାରେ ବିହାର କ୍ୟାଡର ଅଧୀନରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ତାଙ୍କୁ ଝାଡ଼ଖଣ୍ଡରେ ନିଯୁକ୍ତ କରାଯାଇଥିଲା। ସେ ପୂର୍ବରୁ ରେଳବାଇର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

 

Comments are closed.