Latest Odisha News

BREAKING NEWS

ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କଲେ ଓଡ଼ିଆ ଯୁବକ

ଭୁବନେଶ୍ୱର: ଓଡ଼ିଆ ଯୁବକଙ୍କୁ ସଫଳତା । ସେନାରେ ଭର୍ତ୍ତି ଲାଗି ହେଉଥିବା ପରୀକ୍ଷା ଓ ସାକ୍ଷାତକାରରେ ଓଡ଼ିଆ ପୁଅ ଟପ୍ପର ହୋଇଛନ୍ତି । ସ୍ଥଳସେନା, ନୌସେନା ଓ ବାୟୁସେନାରେ ସାମିଲ୍ ଲାଗି ହୋଇଥିବା ୧୪୫ତମ ଜାତୀୟ ପ୍ରତିରକ୍ଷା ଏକାଡେମୀ ପରୀକ୍ଷା ଓ ୧୦୭ତମ ଭାରତୀୟ ନୌସେନା ଏକାଡେମୀ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଓଡ଼ିଆ ପୁଅ ରୋନିତ ରଞ୍ଜନ ନାୟକ ।

ଭଦ୍ରକ ଜିଲ୍ଲା ଜଗନ୍ନାଥପୁର ବଛଦା ଗାଁର ରୋନିତ । ସେ ମହାରାଷ୍ଟ୍ରର ଆର୍ମଡ ଫୋର୍ସେସ୍ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟ୍ କୋହ୍ଲାପୁରରେ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ରୋନିତଙ୍କ ବାପା ଆଇଏନଏସ୍ ହଂସା ଗୋଆରେ ମାଷ୍ଟର ଚିଫ୍ ପେଟ୍ଟି ଅଫିସର୍ ଭାବେ କାର୍ଯ୍ୟରତ । ରୋନିତ ନିଜ ସଫଳତାର ଶ୍ରେୟ ପ୍ରଭୁ ଜଗନ୍ନାଥ, ତାଙ୍କ ପରିବାର ଓ ଶିକ୍ଷକଙ୍କୁ ଦେଇଛନ୍ତି ।

ୟୁପିଏସସି ଦ୍ୱାରା ୨୦୨୦ ସେପ୍ଟେମ୍ବର ୬ ତାରିଖରେ ଏନଡିଏ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେହିଭଳି ସାକ୍ଷାତକାର ପ୍ରତିରକ୍ଷା ସେବା ବୋର୍ଡ ଚୟନ କମିଟି ପକ୍ଷରୁ କରାଯାଇଥିଲା । ଆଉ ଯାହାର ଫଳାଫଳ ମାର୍ଚ୍ଚ ୬ରେ ପ୍ରକାଶିତ ହୋଇଥିବା ବେଳେ ଓଡ଼ିଆ ପୁଅ ରୋନିତ ଟପ୍ପର ହୋଇଛନ୍ତି ।

Leave A Reply

Your email address will not be published.