Latest Odisha News

BREAKING NEWS

ଓଡ଼ିଶା ବଜେଟ୍ ୨୦୨୦-୨୧: ଶିକ୍ଷା, ଦକ୍ଷତା ବିକାଶ ଲାଗି ୨୨ ହଜାର ୬ ଶହ ୩୧ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର: ଚଳିତ ବଜେଟରେ ଓଡ଼ିଶା ସରକାର ଶିକ୍ଷା ଓ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି । ୨୦୨୦-୨୧ ମସିହା ଲାଗି ବଜେଟରେ ସରକାର ଶିକ୍ଷା, ଦକ୍ଷତା ବିକାଶ ଲାଗି ୨୨ ହଜାର ୬ ଶହ ୩୧ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି ।

ଏହି ବଜେଟରେ ଆଦର୍ଶ ବିଦ୍ୟାଳୟ ଲାଗି ୪ ଶହ କୋଟି ଟଙ୍କା, ସମଗ୍ର ଶିକ୍ଷା ଅଭିଯାନ ଲାଗି ୩ ହଜାର ୩ ହଜାର ୧ ଶହ ୫୭ କୋଟି ଟଙ୍କା, ମଧ୍ୟାହ୍ନ ଭୋଜନ ନିମନ୍ତେ ୮ ଶହ କୋଟି ଟଙ୍କା ଏବଂ ଏଲପିଜି ସଂଯୋଗ ଲାଗି ୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ସେହିପରି ଭାବେ ମୋ ସ୍କୁଲ କାର୍ଯ୍ୟକ୍ରମ ନିମନ୍ତେ ୪୦ କୋଟି ଟଙ୍କା ଓ ମୋ କଲେଜ ଅଭିଯାନ ନିମନ୍ତେ ୧୦ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

ସ୍କିଲଡ଼ ଓଡ଼ିଶାକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବା ଲାଗି ଏସିଆନ ଡେଭେଲପମେଣ୍ଟ ବ୍ୟାଙ୍କ ସହାୟତାରେ ଭୁବନେଶ୍ୱରଠାରେ ଏକ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥିଲାଗି ୨ ଶହ ୨୦ କୋଟି ଟଙ୍କାର ବ୍ୟୟ ବରାଦର ପ୍ରସ୍ତାବ ରହିଛି ।

ସମସ୍ତ ଛାତ୍ରବୃତ୍ତିକୁ ସିଧାସଳଖ ଛାତ୍ରଛାତ୍ରୀମାନଙ୍କର ବ୍ୟାଙ୍କ ଖାତାକୁ ଡିବିଟି ପ୍ରକ୍ରିୟାରେ ପ୍ରେରଣା ପୋର୍ଟାଲ୍ ମାଧ୍ୟମରେ ଦିଆଯାଉଛି । ଏଥିଲାଗି ୧ ହଜାର ୪ ଶହ ୭ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

ସେହିପରି ବିଶ୍ୱ ବ୍ୟାଙ୍କର ଆର୍ଥିକ ସହାୟତାରେ ପ୍ରଚଳିତ ଓଡ଼ିଶା ହାଇୟର୍ ଏଡୁକେସନ ପ୍ରୋଗ୍ରାମ ଫର୍ ଏକ୍ସେଲେନ୍ସି ଏଣ୍ଡ ଇକ୍ୟୁଟି ଯୋଜନା ପାଇଁ ୧ ଶହ ୩୦ କୋଟି ଟଙ୍କା, ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି ୧୫ କୋଟି ଟଙ୍କା, ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମିର ବିକାଶ ଲାଗି ୨ ଶହ କୋଟି ଟଙ୍କା, ଲାପଟପ୍ ବିତରଣ ପାଇଁ ୪୫ କୋଟି ଟଙ୍କା, ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ୨ ଶହ ୨୦ କୋଟି ଟଙ୍କା ଏବଂ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ ନିମନ୍ତେ ୪୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ।

Leave A Reply

Your email address will not be published.