Latest Odisha News

BREAKING NEWS

ଦାଦନ ରୋକିବାକୁ ବଜେଟରେ ପ୍ରସ୍ତାବ, ସୃଷ୍ଟି ହେବ ଅତିରିକ୍ତ ୧୦୦ ଶ୍ରମ ଦିବସ

ଭୁବନେଶ୍ୱର: ବଜେଟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତିକୁ ଗୁରୁତ୍ୱ ଦିଆ ଯାଇଛି । ମନରେଗାରେ ପ୍ରତି ଗ୍ରାମୀଣ ପରିବାରକୁ ଶହେ ଦିନର କାମ ମିଳିଥାଏ । ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାର ୨୫ ପ୍ରତିଶତ ଅନୁପାତରେ ଅର୍ଥ ଦିଅନ୍ତି । ଏଥିପାଇଁ ବଜେଟରେ ୧ ହଜାର ୮ ଶହ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି ।

ମନରେଗାରେ ଠିକ୍ ସମୟରେ ଦରମା ଲାଗି ୧ ହଜାର କୋଟି ଟଙ୍କାର କର୍ପସ ପାଣ୍ଠିର ପ୍ରସ୍ତାବ ରଖା ଯାଇଛି । ଦାଦନ ପ୍ରଭାବିତ ବ୍ଲକରେ ବାହାରକୁ ପଳାୟନ ରୋକିବା ଲାଗି ମନରେଗାରେ ଅତିରିକ୍ତ ଶହେ ଶ୍ରମ ଦିବସ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି । ଏଥିପାଇଁ ଷ୍ଟେଟ୍ ସପୋର୍ଟଟୁ ଏମଜିଏନଆରଇଜିଏସ୍ ନାମକ ଯୋଜନା ପ୍ରଣୟନ କରାଯାଇଥିବା ବେଳେ ୫ ଶହ କୋଟି ବ୍ୟୟବରାଦ ହୋଇଛି ।

ସେହିଭଳି ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନା- ଜାତୀୟ ଗ୍ରାମୀଣ ଜୀବିକା ମିଶନରେ ୪ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଶ୍ୟାମାପ୍ରସାଦ ମୁଖାର୍ଜୀ ରୁରବାନ ମିଶନ ନିମନ୍ତେ ୧ ଶହ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସହରାଞ୍ଚଳରେ ମଜୁରୀ ନିଯୁକ୍ତି ଏବଂ ଜଳବାୟୁ ସହନଶୀଳ ଗୋଷ୍ଠୀ ସମ୍ପତ୍ତି ସୃଷ୍ଟି ପାଇଁ ବଜେଟରେ ୪୧୪ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି ।

Leave A Reply

Your email address will not be published.