Latest Odisha News

୧୦ ବଡ଼ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ୩୩ ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।

କ୍ୟାବିନେଟ ବୈଠକରେ ମୋଟ ୭ଟି ବିଭାଗର ୧୦ଟି ପ୍ରସ୍ତାବ ଆଗତ ହେବା ସହ ପ୍ରସ୍ତାବ ଗୁଡ଼ିକ ଅନୁମୋଦନ ଲାଭ କରିଥିଲା। ତନ୍ମଧ୍ୟରେ ଗୋଟିଏ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ୫ ମ ଅଧିବେଶନର ସତ୍ରା ବସାନ ( Session Prorogation ) ସମ୍ପର୍କିତ ଥିଲା।

ଏହାମଧ୍ୟରେ ଐତିହ୍ୟ ଗ୍ରାମ ଯୋଜନା ନେଇ ଅନୁମୋଦନ ମିଳିଛି। ବରପୁତ୍ରଙ୍କ ଗାଁ ଐତିହ୍ୟ ଗ୍ରାମ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୬ ବରପୁତ୍ରଙ୍କ ଗାଁରେ ଯୋଜନା ଆରମ୍ଭ ହୋଇଛି । ପ୍ରତି ବରପୁତ୍ର ଐତିହ୍ୟ ଗ୍ରାମ୍ୟ ପାଇଁ ୧୫ କୋଟି ଟଙ୍କା ମଂଜୁର ହୋଇଥିବା ସୂଚନା।ବରପୁତ୍ରମାନଙ୍କ ବାସଗୃହକୁ ସଂଗ୍ରହାଳୟ ଭାବେ ବିକାଶ କରାଯିବା ସହିତ ବ୍ୟାଖ୍ୟାନ କେନ୍ଦ୍ର, ଗ୍ରନ୍ଥାଗାର, ସମ୍ମିଳନୀ କକ୍ଷ, ମୁକ୍ତାକାଶ ରଙ୍ଗମଞ୍ଚ, ଶିଶୁ ଉଦ୍ୟାନ ସ୍ଥାପନ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିକାଶ କରାଯିବ।

 

Comments are closed.