Latest Odisha News

BREAKING NEWS

ଗାଁରେ ରହିବନି ଯାତାୟାତ ସମସ୍ୟା: ଏଣିକି ପ୍ରତି ପଞ୍ଚାୟତରେ ଗଡ଼ିବ ବସ୍

ଭୁବନେଶ୍ୱର: ଗାଁ ଗହଳିରେ ଆଉ ରହିବନି ଯାତାୟାତ ସମସ୍ୟା । ଏଣିକି ପ୍ରତି ପଞ୍ଚାୟତକୁ ଗଡିବ ବସ । ରାଜଧାନୀ ଭୁବନେଶ୍ୱର ସହ  ସହ ଯୋଡି ହେବ ସବୁ ପଞ୍ଚାୟତ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆଣିଥିବା ଲକ୍ଷ୍ମୀ (ଲୋକେସନ ଆକ୍ସେସିବିଲିଟି ମଲ୍ଡି ମୋଡାଲ ଇନିସିଏଟିଭ) ଯୋଜନାକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏହି ଯୋଜନାରେ ଗଡିବ ଏକ ହଜାର ବସ ।

ଏହ ହଜାରରୁ ଅଧିକ ନୂଆ ବସ ଚଳାଚଳ ପାଇଁ ରାଜ୍ୟ ସରକାର ୩୧୭୮ କୋଟି ଟଙ୍କା ପ୍ରଥମ ତିନି ବର୍ଷରେ ଯୋଗାଇବେ ସରକାର । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆ ଯାଇଛି । ଏହାବ୍ୟତୀତ ଆହୁରି ୧୯ଟି ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର ।

ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତ ଏବଂ ବ୍ଲକ ମୁଖ୍ୟାଳୟକୁ ଗଡିବ ବସ । ବ୍ଲକ ମୁଖ୍ୟାଳୟରୁ ଜି୍ଳ୍ଲା ମୁଖ୍ୟାଳୟକୁ ଯୋଡି ହେବ । ସେହିପରି ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଭାୟା ପୁରୀକୁ ବସ ଚାଲିବ ।

ପର୍ଯ୍ୟାୟ କ୍ରମେ ଏହାର ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ଏହି ଯୋଜନା କାର୍ଯ୍ୟକାରୀ ହେବା ପାଇଁ ୧୦ ବର୍ଷ ଅବଧି ରଖାଯାଇଛି ।ଯାତ୍ରୀ ପରିବହନ ସହ ମହିଳା ସଶକ୍ତିକରଣ କୁ ମଧ୍ୟ ଏହି ଯେଜାନାରେ ପ୍ରଥାମିକତା ଦିଆଯିବ ।

Leave A Reply

Your email address will not be published.