ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ ମିଳିଛି । ଏହା ମାଧ୍ୟମରେ ରାଜ୍ୟର ସମସ୍ତ ଜିଲ୍ଲାର ୧୫ରୁ ୧୯ ବର୍ଷର କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମାଆ, ସାମ, ମାମ ଏବଂ ଏସୟୁଡବ୍ଲୁ ଶିଶୁମାନଙ୍କର ପୁଷ୍ଟିଗତ ଓ ସ୍ୱାସ୍ଥ୍ୟଗତ ଉନ୍ନତି ହେବ ।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ୨୦୨୩-୨୪ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେବ । ଏଥି ନିମନ୍ତେ ୫ ବର୍ଷରେ ୩୩୫୪.୪୦ କୋଟି ଟଙ୍କା ବ୍ୟୟ ମଞ୍ଜୁର ପ୍ରଦାନ କରାଯାଇଛି । ଏହି ଯୋଜନାରେ ସବୁ ଜିଲ୍ଲାର କିଶୋରୀ ବାଳିକାଙ୍କ ପୁଷ୍ଟିଗତ ଉନ୍ନତି ନିମନ୍ତେ ଅଣ୍ଡା, ଲଡ଼ୁ, ପୁଷ୍ଟିକର ସପ୍ଲିମେଣ୍ଟ ଇତ୍ୟାଦି ଯୋଗାଇ ଦିଆଯିବ ।
ଆଇସିଡିଏସ୍ ପ୍ରକଳ୍ପ ସ୍ତରରେ କିଶୋରୀ ମେଳା ଆୟୋଜନ କରାଯିବା ସହ କିଶୋରୀ ବାଳିକାଙ୍କ ରକ୍ତହୀନତା ସ୍କ୍ରିନିଂ ଏବଂ ଆଇସି/ଏସବିସିସି କାର୍ଯ୍ୟକଳାପ କରାଯିବ । ଗର୍ଭବତୀ ମହିଳା ଓ ପ୍ରସୂତି ମାଆଙ୍କୁ ଟେକ୍ ହୋମ୍ ରାସନ ଆକାରରେ ଅଣ୍ଡା, ମିଲେଟ୍ ଓ ପୁଷ୍ଟିକର ଖାଦ୍ୟ ପଦାର୍ଥ ଇତ୍ୟାଦି ଯୋଗାଇ ଦିଆଯିବ । ସାମ୍, ମାମ ଏବଂ ଏସୟୁ଼ଡବ୍ଲୁ ୬ ବର୍ଷ ବୟସରୁ କମ୍ ଶିଶୁମାନଙ୍କ ନିମନ୍ତେ ଅଗମେଣ୍ଟେଡ୍ ଟିଏଚ୍ଆର୍ ଓ ଅଣ୍ଡା ମିଳିବ ।
Comments are closed.