Latest Odisha News

BREAKING NEWS

ଓଡ଼ିଶା କ୍ୟାଡ଼ର୍ ଆଇପିଏସ ଅଧିକାରୀ ସିବିଆଇ ଏସପି ଭାବେ ନିଯୁକ୍ତ

ଭୁବନେଶ୍ୱର: ଜଗତସିଂହପୁର ଏସପି ସୁଧା ସିଂହ ଯିଏକି ୨୦୦୬ ବ୍ୟାଚର ଆଇପିଏସ ଅଧିକାରୀ ସିବିଆଇରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସିବିଆଇରେ ଯେଉଁ ୫ଜଣ ଏସପି ଭାବେ ନବଯିଯୁକ୍ତ ହୋଇଛନ୍ତି ସେଥିମଧ୍ୟରୁ ସୁଧା ସିଂହ ଅନ୍ୟତମ ।

ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସ ଅନୁଯାୟୀ ବର୍ତ୍ତମାନ ଅବସ୍ଥାପିତ ଥିବା ପଦବୀରୁ ତାଙ୍କୁ ଅବ୍ୟାହତି ଦିଆଯାଇଛି । ସେ ଆସନ୍ତା ୪ ବର୍ଷ ଲାଗି କେନ୍ଦ୍ରୀୟ ଡ଼େପୁଟେସନରେ ଦିଲ୍ଲୀ ଯିବେ ।

ସେ ଚଳିତ ବର୍ଷ ଫେବୃଆରୀ ମାସରେ ଜଗତସିଂହପୁର ଏସପି ଭାବେ ନିଯୁକ୍ତ ହେବା ପୂର୍ବରୁ ୨୦୧୪ରୁ ୨୦୧୬ ମଧ୍ୟରେ ସେଠାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି ।

ବିଭାଗୀୟ ମନ୍ତ୍ରଣାଳୟ ଦ୍ୱାରା ନୋଟିସ ଜାରି କରାଯାଇଛି ଏବଂ ସେ ସିବିଆଇ ଏସପି ଭାବେ ନିଯୁକ୍ତ ହେଲେ ବୋଲି ଉଲ୍ଲେଖ ରହିଛି ।

ଯେଉଁ ୫ଜଣ ସିବିଆଇରେ ଏସପି ଭାବେ ନିଯୁକ୍ତ ହୋଇଛନ୍ତି ସେଥିମଧ୍ୟରୁ ୩ଜଣ ଆଇପିଏସ କ୍ୟାଡ଼ରର ଏବଂ ଭାରତୀୟ ରାଜସ୍ୱ ସେବାର ୨ଜଣ ଅଧିକାରୀ ରହିଛନ୍ତି ।

Leave A Reply

Your email address will not be published.