Latest Odisha News

BREAKING NEWS

+୩ର ଦ୍ୱିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ୱିତୀୟ ସେମିଷ୍ଟାର ବାତିଲ

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉତ୍ତୀର୍ଣ୍ଣ କରାଯିବ । ପ୍ରଥମ ଥର ପାଇଁ ରାଜ୍ୟରେ ଯୁକ୍ତ ତିନି ଓ ପିଜି ସିଲାବସରେ ୨୫ ପ୍ରତିଶତ କୋର୍ସ ଗାଇଡେଡ ସେଲ୍ପ ଷ୍ଟଡି ଦ୍ୱାରା କଭର କରାଯିବ । ଏହାଛଡ଼ା ପିଲାମାନଙ୍କ ମନରେ ଯଦି କିଛି ଦ୍ବନ୍ଦ୍ବ ଥାଏ ତେବେ ତାହାକୁ ଅଧ୍ୟାପକମାନେ ଟିଉଟରିଆଲ୍ କ୍ଲାସ୍‌ରେ ଦୂର କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଆଜି ଲୋକସଭା ଭବନରେ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ସଂପର୍କରେ ନିଷ୍ପତି ଗ୍ରହଣ କରିବା ନିମନ୍ତେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର ଭାଇସଚାନ୍‌ସେଲର୍‌ଙ୍କ ସହ ମନ୍ତ୍ରୀଙ୍କର ହୋଇଥିବା ଭିଡିଓ କନ୍‌ଫରେନ୍ସଂ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.