Latest Odisha News

BREAKING NEWS

କୋଭିଡ ରୋଗୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ନୀଳଗିରି ଏବଂ ସାଲେପୁର ବିଧାୟକଙ୍କ ସହ ଶନିବାର ଦିନ ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଏଥିସହିତ ସେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ବିଭିନ୍ନ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କୋଭିଡ ଯୋଦ୍ଧାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ସେମାନଙ୍କର ଭଲ କାର୍ଯ୍ୟକୁ ସମର୍ଥନ କରିବା ସହ ଉଚ୍ଚ ପ୍ରଶଂସା ମଧ୍ୟ କରିଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଛି ରୋଗୀଙ୍କ ସହ ନବୀନ ଆଲୋଚନା କରିଥିଲେ।

ଏପରିକି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିବା ସହ ଡାକ୍ତରଖାନା ଗୁଡ଼ିକରେ ଉପଲବ୍ଧ ସୁବିଧା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ।

ଉଲ୍ଲେଖଯୋଗ୍ୟ, ମୋ ସରକାର ଅଧିନରେ କରୋନା ଯୋଦ୍ଧା ଓ ରୋଗୀଙ୍କ ସହ କଥାବାର୍ତ୍ତା ହୋଇ ସେମାନଙ୍କ ସମ୍ପର୍କରେ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.