Latest Odisha News

BREAKING NEWS

ବିଦ୍ୟୁତ ବିଭ୍ରାଟ ଅସନ୍ତୁଷ୍ଟ ମୁଖ୍ୟ ଶାସନ; ଡାକିଲେ ସମୀକ୍ଷା ବୈଠକ

ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଜୁଳି କାଟ୍ ହେଉଥିଲେ ବି ମନ୍ତ୍ରୀ ସିଧା ସିଧା ମନା କରିଦେଉଥିଲେ। ହେଲେ ବିଜେପି ଓ କଂଗ୍ରେସ ଛକିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ବାରମ୍ବାର ବିଜୁଳି କାଟ୍ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ନେଇ ସୋମବାର ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ବିଦ୍ୟୁତ୍ କାଟ୍‌ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ କାହିଁକି ବିଦ୍ୟୁତ କଟୁଛି ତାର କାରଣ ଖୋଜିବେ ମୁଖ୍ୟ ଶାସନ ସଚିବ। ବିଦ୍ୟୁତ ବିତରଣ ଦାୟିତ୍ୱରେ ଥିବା ଟାଟା କମ୍ପାନୀର ବରିଷ୍ଠ ଅଧିକାରୀ, ବିଦ୍ୟୁତ ବଣ୍ଟନ କାରୀ  ୪ କମ୍ପାନୀର ସିଇଓ ଓ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

ରାଜ୍ୟରେ ବିଜୁଳି ବିଭ୍ରାଟ ନେଇ ଅସନ୍ତୋଷ ଦେଖାଦେବା ପରେ ମନ୍ତ୍ରୀ ପ୍ରତାପ ଦେବଙ୍କୁ ପ୍ରଶ୍ନ କରିଥିଲା ଗଣମାଧ୍ୟମ। ହେଲେ ମନ୍ତ୍ରୀ ପ୍ରତାପ ଯେଉଁଭଳି ଉତ୍ତର ଦେଲେ ତାହା ନା ମିଡିଆ ନା ଜନତା କାହାକୁ ସନ୍ତୋଷ କରିପାରିଲା ନାହିଁ।

ଶେଷରେ ବିରୋଧୀ ଦଳ ଏଥିରେ ରାଜ୍ୟ ସରକାର ଓ ଟାଟା କମ୍ପାନୀକୁ ଟାର୍ଗେଟ୍ କରିଥିଲା। ନିରବଚ୍ଛିନ୍ନ ବିଜୁଳି ଯୋଗାଣରେ ସରକାର ବିଫଳ। ୨୪ ଘଣ୍ଟିଆ ବିଜୁଳି ଯୋଗାଣ ସ୍ଲୋଗାନ ନୁହେଁ କାର୍ଯ୍ୟରେ ପରିଣତ କର ବୋଲି ବିଜେପି କହିଥିଲା।

ସେପଟେ ଇନଭର୍ଟର କମ୍ପାନୀ ଓ ଟାଟା ପାୱାର ମଧ୍ୟରେ ବୁଝାମଣା ନେଇ ମଧ୍ୟ ପ୍ରଶ୍ନ କରିଥିଲା କଂଗ୍ରେସ। ଦୁଇ କମ୍ପାନୀ ମଧ୍ୟରେ ମଧ୍ୟରେ ବୁଝାମଣା ଅଛି କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

Comments are closed.