Latest Odisha News

BREAKING NEWS

ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ, ଛାତ୍ରୀ ଆଗୁଆ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍ଣ ୪ଟାରେ ରେଜଲ୍ଟ ପ୍ରକାଶ ପାଇଛି । ଯୁକ୍ତ ୨ କଳାରେ ଏଥର ପାସ୍ ହାର ୮୨.୧୦ ପ୍ରତିଶତ ରହିଛି । ୨ ଲକ୍ଷ ୧୩ ହଜାର ୪୩୨ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା ପରୀକ୍ଷା ଦେଇଥିଲେ । ୧ ଲକ୍ଷ ୭୧ ହଜାର ୨୮୮ ଜଣ ପିଲା ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ୨୮ଟି ଉଚ୍ଚମାଧ୍ୟମିକ ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ପାସ୍‌ ହାର ସର୍ବାଧିକ ରହିଥିବା ବେଳେ କଳାରେ ଛାତ୍ରଙ୍କ ପାସ୍‌ହାର ଅପେକ୍ଷା ଛାତ୍ରୀଙ୍କ ପାସ୍‌ହାର ଅଧିକ ରହିଛି । ୭୫.୦୮ ପ୍ରତିଶତ ଛାତ୍ର ପାସ୍ କରିଥିବା ବେଳେ ଛାତ୍ରୀଙ୍କ ପାସ୍‌ହାର ୮୭.୪୭ ପ୍ରତିଶତ ରହିଛି ।

ଛାତ୍ରଛାତ୍ରୀମାନେ www.odisharesults.nic.in ରେ ରେଜଲ୍ଟ ଦେଖି ପାରିବେ । ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ପରୀକ୍ଷା ଦେଇଥିଲେ । ଜୁଲାଇ ୨୭ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ ଘୋଷଣା ହୋଇଥିଲା । ବିଜ୍ଞାନରେ ୯୪.୧୨ ପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ ହୋଇଥିଲା । ବିଜ୍ଞାନରେ ମୋଟ ୭୬,୬୦୪ ଜଣ ପିଲା ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨,୧୦୬ ଜଣ ପାସ୍‌ କରିଥିବା ବେଳେ ପୁଅଙ୍କ ମଧ୍ୟରୁ ୪୫,୫୮୭ ଜଣ ପାସ୍‌ କରିଥିଲେ ଏବଂ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଥିଲା । । ସେହିପରି ବାଳିକାଙ୍କ ମଧ୍ୟରୁ ୩୨,୫୧୯ ପାସ୍‌ ହୋଇଥିବା ବେଳେ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଥିଲା ।

Leave A Reply

Your email address will not be published.