Latest Odisha News

BREAKING NEWS

ଦିନ ଗୋଟାଏରେ ବାହାରିବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ । ଦିନ ଗୋଟାଏରେ ଫଳାଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ www.orissaresults.nic.inରେ ଲଗ୍ ଇନ୍ କରି ନିଜ ରେଜଲ୍ଟ ଜାଣି ପାରିବେ ।

BjdElectrycity

କଳାରେ ରେଜଲ୍ଟ ଅପେକ୍ଷାରେ ଅଛନ୍ତି ୨ଲକ୍ଷ ୨୧ ହଜାର ଛାତ୍ରଛାତ୍ରୀ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଫଳାଫଳକୁ ଅପେକ୍ଷା କରି ରହିଛନ୍ତି । ଚଳିତବର୍ଷ କରୋନା ଯୋଗୁ ଯୁକ୍ତ ଦୁଇ ପରୀକ୍ଷା ବାତିଲ ହୋଇଥିଲା । ବିକଳ୍ପ ମୂଲ୍ୟାୟନ ଆଧାରରେ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ କରାଯାଉଛି ।

ଦଶମ ଶ୍ରେଣୀର ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀ ରଖିଥିବା ମାର୍କକୁ ଯୁକ୍ତ ଦୁଇ ଥିବା ବିଷୟ ସହିତ ମ୍ୟାପିଂ କରାଯାଇଥିଲା । ଏହାକୁ ଭିତ୍ତି କରି ଯୁକ୍ତ ଦୁଇରେ ମାର୍କ ଦିଆଯାଇଛି । ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଚାହିଁଲେ ପରେ ପରୀକ୍ଷା ଦେଇପାରିବେ ।

Leave A Reply

Your email address will not be published.