Latest Odisha News

BREAKING NEWS

ମାଲକାନଗିରିରେ ଦୁର୍ଘଟଣାରେ ମୃତ୍ୟୁ ଘଟଣା; ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର: ମାଲକାନଗିରିରେ ଏକ ସରକାରୀ ବସ୍ ଏବଂ ବାଇକ ଧକ୍କାରେ ୩ ଜଣ ପ୍ରାଣ ହରାଇବା ଘଟଣାରେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ପ୍ରାଣ ହରାଇଥିବା ତିନି ଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିବା ସହ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଏମଭି ୭ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଶନିବାର ଦୁର୍ଘଟଣା ଘଟିଥିଲା।

Comments are closed.