ଗଂଜାମ: ଗଂଜାମ ଜିଲ୍ଲା ତପ୍ତପାଣି ବସ୍ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପ୍ରତି ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱାରାନ୍ୱିତ କରିବାକୁ ଗଂଜାମ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବସ୍ ଦୁର୍ଘଟଣାଗ୍ରସ୍ତ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତ୍ରିକ୍ରିୟ ରଖିଛନ୍ତି । ସେ କହିଛନ୍ତି ଯେ, କୁହୁଡି ପାଇଁ ରାସ୍ତାଘାଟ ନଦିଶିବାରୁ ଏଭଳି ଦୁର୍ଘଟଣା ଘଟିଥାଇପାରେ । ଏଥିସହ ଗାଡିର କାଗଜପତ୍ର ଠିକ୍ ଥିବା ସେ କହିଛନ୍ତି ।
ଆଜି ଭୋରୁ ଏକ ଯାତ୍ରୀବାହୀ ବସ୍ ତପ୍ତପାଣି ଘାଟିରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ମୃତ ୮ଜଣ ହେଲେ ରାୟଗଡାର ଅନେସା ମହାପାତ୍ର, କୋଦଳାର କରିସ୍ମା ନାୟକ, ଏଲ୍ ରମେଶ, ବିଦ୍ୟୁତ ନାୟକ, ଝୁନୁ ବେହେରା, ସଂଘମିତ୍ରା ମହାପାତ୍ର, ସୁବାସିନି ମହାରଣା ଓ ସୁନିଲ ନାୟକ । ୪ଟି ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ।
Comments are closed.