Latest Odisha News

BREAKING NEWS

ସରକାରୀ କର୍ମଚାରୀଙ୍କ ଲାଗି ଖୁସିଖବର; ୧୦% ବକେୟା ଦରମା ସହ ୫% ମହଙ୍ଗା ଭତ୍ତାକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀମାନଙ୍କ ବକେୟା ରହିଥିବା ୧୦ ପ୍ରତିଶତ ଦରମାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଅନୁମୋଦନ କରିଛନ୍ତି । ଏଥିସହିତ ସମସ୍ତ ସରକାରୀ କମଚାରୀମାନଙ୍କ ଲାଗି ୫% ମହଙ୍ଗା ଭତ୍ତାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁମୋଦନ କରିଛନ୍ତି ।

ମିଳିଥିବା ସୂଚନାନୁଯାୟୀ, ଏହି ମହଙ୍ଗାଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ କରାଯାଇ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୭ମ ବେତନ କମିଶନ ଗତ ଜାନୁଆରୀ ୨୦୧୬ରୁ ଲାଗୁ ହୋଇଥିବା ବେଳେ ବକେୟା ୧୦% ଦରମା କର୍ମଚାରୀମାନଙ୍କୁ ଦିଆଯିବା ନେଇ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ଘୋଷଣା ମଧ୍ୟ କରିଥିଲେ । କର୍ମଚାରୀମାନଙ୍କ ଲାଗି ସପ୍ତମ ବେତନ କମିଶନ ୨୦୧୬ରୁ ଅଗଷ୍ଟ ୩୧, ୨୦୧୭ ପର୍ଯ୍ୟନ୍ତ ସଂଶୋଧିତ ସ୍କେଲ୍ ଅନୁଯାୟୀ ୨୦୧୭ ବେତନ ନିୟମ ଅନୁସାରେ ଏହି ବେତନ ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସେପ୍ଟେମ୍ବର ୭, ୨୦୧୭ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ପାରାଗ୍ରାଫ ୧ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ରେଗୁଲାର୍ ସରକାରୀ କର୍ମଚାରୀ ଏହି ସୁବିଧା ପାଇପାରିବେ । ଏହା ରାଜ୍ୟ ଅର୍ଥ ବିଭାଗର ରିଜୋଲ୍ୟୁସ ନଂ ୨୬୩୪୭/ଏଫ ଭାବେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦନ ପ୍ରାପ୍ତ ହୋଇଥିବା ଏହି ବେତନ ଦ୍ୱାରା ରାଜ୍ୟର ପ୍ରାୟ ୩.୫ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହୋଇପାରିବେ ।

ଏପରିକି ସମସ୍ତ ପେନସନଧାରୀଙ୍କ ୧୦୦ ପ୍ରତିଶତ ବକେୟା ପଇଠ କରାଯିବା ନେଇ ରାଜ୍ୟ ସରକାର ପୂର୍ବରୁ ମଧ୍ୟ ଘୋଷଣା କରିଥିଲେ ।

Leave A Reply

Your email address will not be published.