Latest Odisha News

BREAKING NEWS

ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଗତକାଲି ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖବ୍ୟକ୍ତ କରିଛନ୍ତି ।

ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର ରାତିରେ ମାରଣାସ୍ତ୍ର ସହିତ କିଛି ଦୁର୍ବୃତ୍ତ କିଛି ଛାତ୍ରଙ୍କ ସମେତ ଅଧ୍ୟାପକମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସାରା ଦେଶରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି ।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ।

ଏହି ଘଟଣାର ଗଭୀର ନିନ୍ଦା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ଟ୍ୱିଟ୍ କରି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ରୂପେ ନିନ୍ଦନୀୟ । ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରିବା ସହିତ ଗୁରୁତର ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆହୁରି ମଧ୍ୟ ଉକ୍ତ ଜେଏନୟୁରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଯୋଗୁଁ ଅନେକ ଛାତ୍ରଛାତ୍ରୀ କ୍ୟାମ୍ପସ ଛାଡୁଥିବା ବେଳେ ଓଡିଶାର କିଛି ଛାତ୍ରଛାତ୍ରୀ ମଧ୍ୟ ଘରକୁ ଫେରିଆସୁଛନ୍ତି । ଜେଏନୟୁରେ ପଢୁଥିବା ଜଣେ ଛାତ୍ରୀ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ମୁଁ ବି ଘରକୁ ଫେରିଯାଉଛି, କାରଣ ଏଠି ରହି କିଛି ରିକ୍ସ ନୋବକୁ ଚାହୁଁନି । କ୍ୟାମ୍ପସ ପରିସର ଏବେବି ଉତ୍ତଜନାପୂର୍ଣ୍ଣ ରହିଛି ।”

Leave A Reply

Your email address will not be published.