Latest Odisha News

BREAKING NEWS

ବନ୍ୟା ସ୍ଥିତିର ମୁକାବିଲା ପାଇଁ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟର ୭ ଜିଲ୍ଲାରେ ବନ୍ୟା ସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି ।

ସୂଚନାନୁଯାୟୀ, ପ୍ରିନ୍ସିପାଲ୍ ସେକ୍ରେଟାରୀ (ଇଣ୍ଡଷ୍ଟ୍ରୀ) ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ୱ ଏବଂ ପ୍ରିନ୍ସିପାଲ୍ ସେକ୍ରେଟାରୀ (ପଞ୍ଚାୟତି ରାଜ ଓ ପାନୀୟ ଜଳ) ଦେଓରଞ୍ଜନ କୁମାର ସିଂହଙ୍କୁ କଟକ ଦାୟିତ୍ୱ ଦିଆଯାଇଛି ।

ବିଶାଳ ଦେବଙ୍କୁ ବାଲେଶ୍ୱର ଏବଂ ପ୍ରିନ୍ସିପାଲ୍ ସେକ୍ରେଟାରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା) ବିଷ୍ଣୁପଦ ସେଠୀଙ୍କୁ ଭଦ୍ରକ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ସେହିପରି ବୀର ବିକ୍ରମ ଯାଦବଙ୍କୁ ଯାଜପୁର ଏବଂ ପ୍ରିନ୍ସିପାଲ୍ ସେକ୍ରେଟାରୀ (ବିଦ୍ୟାଳୟ ଓ ଗଣଶିକ୍ଷା) ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆହୁରି ମଧ୍ୟ ରାଜସ୍ୱ ଜିଭିଜନାଲ୍ କମିଶନର (ସେଣ୍ଟ୍ରାଲ୍ ଡିଭିଜନ) ଅନିଲ କୁମାର ସାହୁଙ୍କୁ ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ମୁକାବିଲା ପାଇଁ ଦାୟିତ୍ୱ ଦିଆଯାଇଛି ।

Comments are closed.