Latest Odisha News

ଲୋକଙ୍କ ସେବା ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅନନ୍ୟ ଉଦାହରଣ । ଲୋକଙ୍କ ପାଇଁ ନିଜ ଘର ଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେନ୍ଦୁଝରସ୍ଥିତ ମଣ୍ଡୁଆ ବାସଭବନକୁ ଜନସାଧାରଣଙ୍କ ହିତ ନିମନ୍ତେ ଉତ୍ସର୍ଗ କଲେ ମୁଖ୍ୟମନ୍ତ୍ରୀ । ଏଣିକି ଅଭିଯୋଗ ପ୍ରକୋଷ୍ଠ ହେବ ମୋହନଙ୍କ ବାସଭବନ । ସପ୍ତାହକୁ ୬ ଦିନ ଖୋଲିବ ଅଭିଯୋଗ ପ୍ରକୋଷ୍ଠ । ଜଣେ ସରକାରୀ ଅଧିକାରୀ ସେଠରେ ଅଭିଯୋଗ ସଂଗ୍ରହ କରିବେ ।

ଗତକାଲି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇ କେନ୍ଦୁଝରସ୍ଥିତ ମଣ୍ଡୁଆରେ ହୋଇଥିବା ଅଭିଯୋଗ ପ୍ରକୋଷ୍ଠର କ୍ୟାମ୍ପ ଅଫିସ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଠାରେ ସ୍ଥାନୀୟ ଲୋକମାନେ ନିଜ ଅସୁବିଧାର ଅଭିଯୋଗ କରି ପାରିବେ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି କ୍ୟାମ୍ପ ଅଫିସ ଖୋଲା ଯାଇଛି। ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମକୁ ଆହୁରି ସରଳ ଓ ସହଜ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ସହିତ ଏହି କ୍ୟାମ୍ପ ଅଫିସରେ ମଧ୍ୟ ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯାଇ ସମାଧାନ ପାଇଁ ପଦକ୍ଷେପ ନିଆଯିବ।

 

Leave A Reply

Your email address will not be published.