Latest Odisha News

BREAKING NEWS

ଟି-୨୦ ବିଶ୍ୱକପ୍ ବିଜୟ: ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଭାରତ ଟି-୨୦ କ୍ରିକେଟର ନୂଆ ଚାମ୍ପିୟନ ହୋଇଛି। ଭାରତୀୟ ଦଳ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟାଇଟଲ ଜିତିଛି। ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହେବା ପରେ ବିଭିନ୍ନ ଦିଗକୁ ଟିମ୍ ଇଣ୍ଡିଆ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ପୁରୁଷ କ୍ରିକେଟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, ଆଜି ଭାରତୀୟ ପୁରୁଷ କ୍ରିକେଟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଦ୍ଵିତୀୟ ଥର ପାଇଁ ଟି୨୦ ବିଶ୍ୱକପ ବିଜୟୀ ହୋଇଛି। ବିଶ୍ୱକପ ବିଜେତା ସମସ୍ତ ଖେଳାଳି ଏବଂ ସହଯୋଗୀମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଆଜିର ଏହି ବିଜୟ ପୁଣି ୧୪୦ କୋଟି ଭାରତୀୟଙ୍କ ମନରେ ଖୁସି ଭରିଦେଇଛି। ଆଗକୁ ଭାରତୀୟ କ୍ରିକେଟ ଏହିପରି ଅନେକ ସଫଳତା ହାସଲ କରି ଦେଶକୁ ଗୌରାବାନ୍ୱିତ କରୁ ଏତିକି କାମନା। ବନ୍ଦେ ମାତରମ।

ସୂଚନା ଅନୁସାରେ ଜୁନ୍ ୨୯ ତାରିଖରେ ବାର୍ବାଡୋସର କେନ୍ସିଂଟନ୍ ଓଭାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି। ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲ୍ ଖେଳିଥିବା ଦକ୍ଷିଣ ଆଫ୍ରିକା ୪୦ ଓଭର ପର୍ଯ୍ୟନ୍ତ ଚମତ୍କାର କ୍ରିକେଟ୍ ଖେଳିଥିଲା। କିନ୍ତୁ ପରେ ବିପର୍ଯ୍ୟୟ ସାମ୍ନା କରିବା ପରେ ଭାରତ ଟ୍ରଫି ହାସଲ କରିଛି।

Leave A Reply

Your email address will not be published.