Latest Odisha News

BREAKING NEWS

ବାପା ମାଆଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଆଶୀର୍ବାଦ’, ୩ଟି ବର୍ଗରେ ସହାୟତା

ଭୁବନେଶ୍ୱର: ବାପା ମାଆ କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇଥିବା ପିଲାଙ୍କ ପାଇଁ ସରକାର ଆରମ୍ଭ କରିଛନ୍ତି ନୂଆ ଯୋଜନା ଆଶୀର୍ବାଦ । ଏଥିରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯିବ । ଏହି ଯୋଜନାରେ ଯୋଗ୍ୟ ଶିଶୁମାନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଲା ବାପା ମାଆ ଉଭୟଙ୍କୁ ହରାଇଥିବା ପିଲା, ସିଙ୍ଗଲ ପାରେଣ୍ଟଙ୍କୁ ହରାଇଥିବା ପିଲା ଏବଂ ଉପାର୍ଜନକାରୀ ବାପା ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଥିବା ପିଲା ।

ଉଭୟ ବାପା ମାଆ ତଥା ସିଙ୍ଗଲ ପାରେଣ୍ଟଙ୍କୁ ହରାଇଥିବା ପିଲାଙ୍କୁ ମାସିକ ୨୫୦୦ ଟଙ୍କା ମିଳିବ । କେବଳ ମୁଖ୍ୟ ଉପାର୍ଜନ କାରୀ ବାପା କିମ୍ବା ମାଆ ଜଣକୁ ହରାଇ ଥିବା ପିଲାଙ୍କୁ ମାସିକ ୧୫୦୦ ଟଙ୍କା ଦିଆଯିବ । ଜଣେ ବି ଅସହାୟ ଶିଶୁ ଯେପରି ବାଦ୍ ନ ପଡେ ସେଥିପାଇଁ ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ପ୍ରତିବର୍ଷ ସ୍ଵତନ୍ତ୍ର ଅଭିଯାନ କରିବେ ।

ଆଶୀର୍ବାଦ ଯୋଜନା ଅନୁସାରେ ବାପା ମାଆ ଉଭୟଙ୍କୁ ହରାଇ ଅସୁବିଧା ମଧ୍ୟରେ ଥିବା ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ଭରଣପୋଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ୨୫୦୦ ଟଙ୍କା ଜମା କରାଯିବ । ପିଲାକୁ ୧୮ବର୍ଷ ହେବା ପର୍ୟନ୍ତ ଏହି ସହାୟତା ମିଳିବ । ପୂର୍ବରୁ କେହି ପିଲାକୁ ପୋଷ୍ୟ ଭାବରେ ଗ୍ରହଣ କଲେ ସହାୟତା ରାଶି ଆଉ ମିଳିବ ନାହିଁ ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପିଲାମାନେ ମାଗଣା ଚିକିତ୍ସା ସୁବିଧା ମିଳିପାରିବ । ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ।

ସେହିପରି ବାପା ମାଆଙ୍କ ମୃତ୍ୟୁ ପୂର୍ବରୁ ପିଲା ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲରେ ପଢ଼ା ଜାରି ରଖି ପାରିବେ। ସେମାନଙ୍କର ଦାୟିତ୍ୱ ନେଇଥିବା ଆତ୍ମୀୟ ଅନ୍ୟ ସ୍ଥାନରେ ରହୁଥିଲେ ସେଠାରେ ପିଲାର ପଢ଼ିବା ବ୍ୟବସ୍ଥା କରାଯିବ । ଆବଶ୍ୟକ ପଡ଼ିଲେ ଆଦର୍ଶ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ବା ସେହିସ୍ତରର ବିଦ୍ୟାଳୟରେ ପଢ଼ିବା ପାଇଁ ସହାୟତା କରାଯିବ ।

ଆତ୍ମୀୟ ଯଦି ଚାହିଁବେ ପିଲାଙ୍କୁ ଅନ୍ୟ ସ୍କୁଲରେ ପଢାଇବା ପାଇଁ ଶିଷା ଅଧିକାର ଆଇନ ଅନୁସାରେ ଜିଲ୍ଲାପାଳ ସହଯୋଗ ଯୋଗାଇ ଦେବେ । ଉଚ୍ଚ ଶିଷା ପାଇଁ ରାଜ୍ୟ ସରକାରଙ୍କ ଏrରରଦ୍ଭ ଚବଗ୍ଦଗ୍ଦବଶର ଯୋଜନାରେ ସହଯୋଗ ଯୋଗାଇ ଦିଆଯିବ ।

ଦାୟିତ୍ୱ ନେଇ ଥିବା ଆତ୍ମୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ପାଇଁ ଯୋଗ୍ୟ ହୋଇଥାନ୍ତି ତେବେ ପିଲାର ମଙ୍ଗଳକୁ ଦୃଷ୍ଟିରେ ରଖି ତାଙ୍କୁ ଙଙ୍କଗ୍ଧ କ୍ଟଲ ଞଙ୍କrଦ୍ଭରେ ଘର ମଞ୍ଜୁର କରାଯିବ । ସେହିପରି ପିଲାଙ୍କ ଯତ୍ନ ନେଉଥିବା ଆତ୍ମୀୟ ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ହୋଇଥିଲେ ଙଙ୍କଗ୍ଧ କ୍ଟଲ ଞଙ୍କrଦ୍ଭରେ ସୁବିଧା ଯୋଗାଇ ଦିଆଯିବ ।

ପିଲାଙ୍କ ସମ୍ପତ୍ତିର ସୁରକ୍ଷା ପାଇଁ ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତହସିଲଦାର ଓ ପୋଲିସ ସହ ସମନ୍ୱୟ ରଖି ଆବଶ୍ୟକ ପଦକ୍ଷେପ ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପିଲାର ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ସହ ନିୟମିତ ଯୋଗାଯୋଗରେ ରହି ସୁବିଧା ଅସୁବିଧା ଉପରେ ନଜର ରଖିବେ ।

ବିଜୁ ଶିଶୁ ସୁରକ୍ଷା ଯୋଜନା ଓ ଜୁଭେନାଇଲ୍ ଜଷ୍ଟିସ ପଣ୍ଡରୁ ଆବଶ୍ୟକ ସ୍ଥଳେ ଏହି ବର୍ଗର ପିଲାମାନଙ୍କୁ ସହାୟତା ମିଳିପାରିବ । ସଂପୃକ୍ତ ବର୍ଗର ପିଲାମାନେ କୌଣସି ଚାଇଲ୍ଡ କେୟାର ସଂସ୍ଥାରେ ରହିଲେ ସେକ୍ଷେତ୍ରରେ ପିଲାଙ୍କ ବ୍ୟାଙ୍କ ଖାତାରେ ମାସିକ ୧୦୦୦ ଟଙ୍କା ଲେଖାଏ ୧୮ ବର୍ଷ ଜମା କରାଯିବ । ପିଲାର ମାଗଣା ଯତ୍ନ ଓ ଅନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବ ।

ଯେଉଁ ଷେତ୍ରରେ ପିଲାର ରୋଜଗାର କରୁଥିବା ବାପା କିମ୍ବା ମାଆଙ୍କ ମୃତ୍ୟୁ ହୋଇଥିବ ଏବଂ ସେ ବଞ୍ଚିଥିବା ଅଭିଭାବକଙ୍କ ପାଖରେ ରହୁଥିଲେ ପିଲାକୁ ୧୮ ବର୍ଷ ପର୍ୟ୍ୟନ୍ତ ଭରଣପୋଷଣ ପାଇଁ ସହାୟତା ରାଶି ଦିଆଯିବ । ବଞ୍ଚିଥିବା ବାପା କିମ୍ବା ମାଆ ନହେଲେ ପିଲାର ବ୍ୟାଙ୍କ ଖାତାରେ ମାସିକ ପନ୍ଦର ଶହ ଟଙ୍କା ଜମା କରାଯିବ । ପିଲାର ମା ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥିଲେ ତାଙ୍କୁ ବିଧବା ଭତ୍ତା ମଞ୍ଜୁର କରିବେ ସରକାର । ଏଥିସହ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ମିଳିବ । ପୂର୍ବରୁ ଦିଆଯାଇଥିବା ସୂଚନା ଆଧାରରେ ମାଗଣା ଶିକ୍ଷା, ସ୍ଵାସ୍ଥ୍ୟ ବୀମା ଆଦି ମିଳିବ ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଚାଇଲ୍ଡ ଲାଇନ୍ ତଥା ପଞ୍ଚାୟତସ୍ତରୀୟ କମିଟି, ବ୍ଲକ କମିଟ ଜରିଆରେ ପିଲାଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ । ଏହି ଯୋଜନା ପାଇଁ ଯୋଗ୍ୟ ପିଲା ବା ତାଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟ ମୃତ୍ୟୁ ପ୍ରମାଣପତ୍ର ସହ ଊଉଚଟଙ୍କୁ ଆବେଦନ କରିପାରିବେ । ଅସମୟରେ ବାପା ମାଆଙ୍କୁ ହରାଇ ଥିବା ଜଣେ ବି ଶିଶୁ ଯେପରି ଯୋଜନାରୁ ବାଦ୍ ନ ପଡେ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.