ଭୁବନେଶ୍ୱର:କେନ୍ଦୁପତ୍ର ଉପରେ କେନ୍ଦ୍ର ସରକାର ଲଗାଇଥିବା ୧୮ ପ୍ରତିଶତ ଜିଏସଟି ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଓଡ଼ିଶାର ୮ ଲକ୍ଷ ଗରିବ କେନ୍ଦୁପତ୍ର ତୋଳାଳିଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଏହାକୁ କମାଇବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀନ ବୀନ ପଟ୍ଟନାୟକ ଦାବି କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।
୧୮ ପ୍ରତିଶତ ଜିଏସଟି କେନ୍ଦୁପତ୍ର ବ୍ୟବସାୟରେ ପ୍ରତିକୂଳ ପ୍ରଭାବ ପ୍ରକାଉଛି । ଏହାଫଳରେ କେନ୍ଦୁପତ୍ର ତୋଳାଳିଙ୍କ ସମେତ ବନ୍ଧାଳି, ଋତୁଅନୁଯାୟୀ କାମ କରୁଥିବା ଶୟମିକଙ୍କ ଜୀବନଜୀବିକା ପ୍ରଭାବିତ ହେଉଛି । ଏଥିସହିତ ଏହା ସାମାଜିକ ସୁରକ୍ଷା ଓ କଲ୍ୟାଣମୂଳକ ଯୋଜନା ଉପରେ ପ୍ରଭାବ ପକାଉଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯିଏକି ଜିଏସଟି କାଉନସିଲର ଅଧ୍ୟକ୍ଷ ମଧ୍ୟ ଅଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ସୀତାରମଣଙ୍କୁ ଅନୁରୋଧ କରି ଲେଖିଛନ୍ତି, କେନ୍ଦୁପତ୍ର ତୋଳାଳି, ବନ୍ଧାଳୀ ଏବଂ ଶ୍ରମିକମାନେ ବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜ ଆର୍ଥିକ ମେରୁଦଣ୍ଡ ସମ୍ଭାଳିଥାନ୍ତି । ଏମାନେ ସମସ୍ତେ ପ୍ରାୟତଃ ଗରିବ ଆଦିବାସୀ ସଂପ୍ରଦାୟର । କେନ୍ଦୁପତ୍ର ସଂଗ୍ରହ କରିବା ଓ ଏହାକୁ ବିକ୍ରି କରିବା ସେମାନଙ୍କର ଏକ ଅଧିକାର ।
ତେଣୁ ଏହି ସ୍ୱତନ୍ତ୍ର ଜାତିର ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଏସଟି କମାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ।
Comments are closed.