କଟକ: ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇ ଦିଲ୍ଲୀପ ପଟ୍ଟନାୟକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ସେ ଆବେଦନ କରିଥିବା ଜଣାଯାଇଛି । ୭୬ ବର୍ଷିୟ ଦିଲୀପ ଓଡିଶାର ମଧୁବାବୁ ପେନସନ ଯୋଜନା (MBPY) ଏବଂ କେନ୍ଦ୍ରର ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ସ୍କିମ୍ (IGNOAPS) ପାଇଁ ଫର୍ମ ପୂରଣ କରିଛନ୍ତି।
ଅବିବାହିତ ଦିଲୀପ ଫର୍ମରେ ଦର୍ଶାଇଛନ୍ତି ଯେ, ତାଙ୍କର ଆୟର କୌଣସି ଉତ୍ସ ନାହିଁ ଏବଂ ତାଙ୍କ ପରିବାରର ବାର୍ଷିକ ଆୟ ୧୯ ହଜାରରୁ କମ୍ ଅଟେ। ତଥାପି ତାଙ୍କର ବିପିଏଲ କାର୍ଡ ନାହିଁ । MBPY ଅଧୀନରେ ରାଜ୍ୟ ସରକାର ପ୍ରତ୍ୟେକ ହିତାଧିକାରୀଙ୍କୁ ୬୦ରୁ ୭୯ ବର୍ଷ ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଏବଂ ୮୦ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ୭୦୦ ଟଙ୍କା ପ୍ରଦାନ କରନ୍ତି। ସେହିପରି, IGNOAPS ଅଧୀନରେ, ୭୯ ବର୍ଷ ବୟସ୍କ ଲୋକଙ୍କ ପାଇଁ କେନ୍ଦ୍ର ମାସିକ ୨୦୦ ଟଙ୍କା ଏବଂ ତା’ପରେ ପ୍ରତ୍ୟେକ ନାମଲେଖା ହିତାଧିକାରୀଙ୍କୁ ୫୦୦ ଟଙ୍କା ପ୍ରଦାନ କରିଥାଏ।
ସୂଚନାଥାଉ କି, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବଡ ଭାଇ ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ। କଟକଠାରେ ଜନ୍ମ ହୋଇଥିବା ଦିଲୀପ ରେଭେନ୍ସା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ଶେଷ କରିବା ପରେ ଏକ ସ୍ପଞ୍ଜ ଲୁହା କାରଖାନାରେ କାମ କରୁଥିଲେ । ଅବସର ପରେ ସେ ତାଙ୍କ ଭଉଣୀ ରେଖା ପଟ୍ଟନାୟକଙ୍କ ସହ କଟକସ୍ଥିତ ଆନନ୍ଦ ଭବନର ଏକ ଅଂଶରେ ରହି ଆସୁଛନ୍ତି।ଏକ ଦୁର୍ଘଟଣା ପରେ ସେ ଚଲାବୁଲା କରିପାରୁ ନାହାନ୍ତି । ଦିଲୀପ ଦୁଃଖ ପ୍ରକାଶ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଭାଇ ହୋଇଥିଲେ ମଧ୍ୟ ତାଙ୍କୁ ନବୀନଙ୍କ ସମର୍ଥନ ମିଳିନାହିଁ।
ଦୀଲ୍ଲିପଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଗତ ମାସରେ କଟକ ସହରର ତୁଳସୀପୁର ସ୍ଥିତ ତାଙ୍କ ବାସଭବନରେ ଦିଲୀପଙ୍କୁ ଭେଟିଥିଲେ।
Comments are closed.