Latest Odisha News

ବଜେଟରେ ବଡ଼ ଘୋଷଣା; ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ବିଜେପି ସରକାରର ପ୍ରଥମ ବଜେଟ୍ ଗୁରୁବାର ଉପସ୍ଥାପନା କରାଯାଉଛି। ବଜେଟ୍ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସାମାଜିକ ସୁରକ୍ଷା ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର।

ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଏହି ଭତ୍ତା ମିଳିବ । ଭତ୍ତା ପାଇଁ ୭ ହଜାର ୬ ଶହ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି।

ତେବେ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କ ନାଗରିକ ଓ ୮୦ ପ୍ରତିଶତରୁ କମ ହୋଇନଥିବା ଦିବ୍ୟାଙ୍ଗଙ୍କ ଲାଗି ଉଭୟ ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସୁରକ୍ଷା ଭତ୍ତାକୁ ୩ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି।

ଅପରପକ୍ଷେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, କିନ୍ନରଙ୍କ ସମେତ ଦୁର୍ବଳ ଗୋଷ୍ଠୀମାନଙ୍କ ଆବାସିକା ସହାୟତାର ଗୁଣାବତ୍ତାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ସ୍ତରରେ ସମନ୍ୱିତ ଭିତ୍ତିଭୂମି କମ୍ପେ୍ଲକ୍ସ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ ପାଇଁ ୨୦୦ କୋଟିର ବ୍ୟୟବରାଦ କରାଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୨ ଲକ୍ଷ ୬୫ ହଜାର କୋଟିର ବଜେଟ୍ ଅଟକଳ ବ୍ୟୟବରାଦ ରହିଛି। ୨୦୨୩-୨୪ ତୁଳନାରେ ୨୦୨୪- ୨୫ ବଜେଟ ପରିମାଣ ୧୫% ଅଧିକ ।

Comments are closed.