Latest Odisha News

BREAKING NEWS

ଟ୍ରାଫିକ ଉଲଂଘନକାରୀଙ୍କଠାରୁ ୨ ମାସରେ ୧ କୋଟି ଟଙ୍କାର ଜୋରିମାନା ଆଦାୟ କରିଛି ଓଡିଶା !

ଭୁବନେଶ୍ୱର: ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ମାସରୁ ନଭେମ୍ବର ମାସ ମଧ୍ୟରେ ପାଖାପାଖି ୧କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗୁରୁବାର ଦିନ ବିଧାନସଭାରେ ପ୍ରକାଶ କରିଛନ୍ତି ।

ଉଲଂଘନ ଓ ଉଲଂଘନକାରୀ:

ଡ୍ରାଇଭିଂ ଲାଇସେନ୍ସ- ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଳାଉଥିବା ପ୍ରାୟ ୫,୩୧୭ ଜଣ ଗାଡି ମାଲିକଙ୍କଠାରୁ ଆଦାୟ ହୋଇଛି ପ୍ରାୟ ୪୬ ଲକ୍ଷ ୮୫୦ ଟଙ୍କା ।

ବିନା ଇନସୁରାନ୍ସ (ବୀମା) ସାର୍ଟିଫିକେଟରେ ଗାଡି ଚଳାଉଥିବା ୨,୧୧୧ ଗାଡି ମାଲିକଙ୍କଠାରୁ ଆଦାୟ କରାଯାଇଛି ପାଖାପାଖି ୧୩,୬୯,୭୦୦ ଟଙ୍କା ।

ବିନା ପଲ୍ୟୁସନ(ପ୍ରଦୂଷଣ) ସାର୍ଟିଫିକେଟରେ ଗାଡି ଚଳାଉଥିବା ପାଖାପାଖି ୧,୧୭୭ ଜଣ ଗାଡି ମାଲିକଙ୍କଠାରୁ ଆଦାୟ ହୋଇଛି ୩୮,୧୬,୧୧୦ ଟଙ୍କା ।

ମଦ ପିଇ ଗାଡି ଚଳାଉଥିବା ପ୍ରାୟ ୪୯୦ ଜଣ ବ୍ୟକ୍ତିଙ୍କଠାରୁ ଆଦାୟ ହୋଇଛି ପାଖାପାଖି ୭,୩୮,୧୦୦ ଟଙ୍କା ।

ଓଡ଼ିଶାରେ ଏହି ନୂଆ ମୋଟରଯାନ ଆଇନ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିଲା । ମାତ୍ର ୪ ଦିନରେ ଓଡ଼ିଶା ପରିବହନ ବିଭାଗ ପ୍ରାୟ ୪,୦୮୦ ଜଣ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ପାଖାପାଖି ୮୮.୯୦ ଲକ୍ଷ ଟଙ୍କାର ଜୋରିମାନା ଆଦାୟ କରିଥିଲା ।

Leave A Reply

Your email address will not be published.