Latest Odisha News

ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ତୃତୀୟ ଥର ପାଇଁ ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା ।ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର ଆୟୋଜନ ହେବାକୁ ଯାଉଛି । ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଗଠନ ଏବଂ ଓଡ଼ିଶା ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୧ ହଜାରରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଓଡିଶାରୁ ପୁଅଙ୍କ ବର୍ଗରେ ୨୧ ଜଣ ଏବଂ ଝିଅଙ୍କ ବର୍ଗରେ ୧୮ ଜଣ, ମୋଟ୍ ୩୯ ଜଣ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି ।

ତେବେ ତୃତୀୟ ଥର ପାଇଁ ଓଡ଼ିଶାରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି । ଏଥର ସନ୍ତରଣ ପ୍ରତିଯୋଗିତାରେ ଫ୍ରୀ ଷ୍ଟାଇଲ୍‌ ଠାରୁ ଆରମ୍ଭ କରି ବଟରଫ୍ଲାଏ ଷ୍ଟ୍ରୋକ ଇତ୍ୟାଦି ୭ ଟି ବିଭାଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଝିଅଙ୍କ ବର୍ଗରେ କ୍ରୀଡ଼ାବିତ୍‌ ମନ୍ନତ ମିଶ୍ର, ଅଂଶିକା ସାହୁ, ଧାନବୀ ଭୌମିକ୍ ଏବଂ ପୁଅଙ୍କ ବର୍ଗରେ ଅରିତ୍ରୋ ମଲ୍ଲିକ ଓ ଜଗଜିତ ପ୍ରଧାନଙ୍କ ଠାରୁ ମେଡାଲ ଆଶା ରଖାଯାଇଛି।

Comments are closed.