Latest Odisha News

BREAKING NEWS

ବଦଳିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ, ଭକ୍ତ ଦାସ ହରାଇଲେ ପଦ

ଭୁବନେଶ୍ୱର: ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ସାରା ଦେଶରେ ଲୋକସଭା ନିର୍ବାଚନ ଅଛି। ଏହା ପୂର୍ବରୁ କଂଗ୍ରେସ ବିଭିନ୍ନ ସ୍ଥାନରେ ନେତୃତ୍ବ ପରିବର୍ତ୍ତନ ସହିତ ପ୍ରଭାରୀ ବଦଳାଉଛି। ଏହି କ୍ରମରେ ଓଡ଼ିଶାର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି ଡକ୍ଚର ଅଜୟ କୁମାର। ଏଇଆଇସିସି ପକ୍ଷରୁ ଏହି ସୂଚନା ମିଳିଛି।

ମୋଟ୍ 12 ଜଣଙ୍କ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାର ପ୍ରଭାରୀ ସହ ଅତିରିକ୍ତ ଭାବେ ତାମିଲନାଡୁ ଏବଂ ପୁଡୁଚେରୀ ଦାୟିତ୍ବ ଅଜୟ କୁମାରଙ୍କୁ ଦେଇଛି କଂଗ୍ରେସ। ଚେଲ୍ଲା କୁମାର ଏହା ପୂର୍ବରୁ ଓଡିଶା କଂଗ୍ରେସର ପ୍ରଭାରୀ ଥିଲେ। ପୂର୍ବତନ ଆଇପିଏସ୍ ଅଧିକାରୀ ତଥା ଝାଡ଼ଖଣ୍ଡର ଜାମସେଦପୁରର ପୂର୍ବତନ ଲୋକସଭା ସାଂସଦ ଅଜୟ କୁମାର ଝାଡ଼ଖଣ୍ଡ ୟୁନିଟର ମୁଖ୍ୟ ଥିଲେ। ଏହାପୂର୍ବରୁ ସେ ସିକ୍କିମ, ନାଗାଲାଣ୍ଡ ଏବଂ ତ୍ରିପୁରାର ପ୍ରଭାରୀ ଥିଲେ।

ବଡ କଥା ହେଉଛି ନକଟରେ ଓଡିଶା କଂଗ୍ରେସର ତୁଙ୍ଗ ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ଶୀର୍ଷ ନେତାଙ୍କୁ ଭେଟିଥିଲେ। ଏହି ସମୟରେ ଚେଲ୍ଲା କୁମାର ଉପସ୍ଥିତ ଥିଲେ। ଆଗାମୀ ଦିନରେ କଂଗ୍ରେସ କିଭଳି ରାଜ୍ୟରେ ବିଜେଡି ଓ ବିଜେପିକୁ ମୁକାବିଲା କରିବ ସେ ବାବଦରେ ଆଲୋଚନା ହୋଇଥିଲା।

ସେହିପରି ବିହାର କଂଗ୍ରେସର ପ୍ରଭାରୀ ଦାୟିତ୍ବରେ ଥିବା ଓଡିଶା କଂଗ୍ରେସର ଅନ୍ୟତମ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କୁ ପ୍ରଭାରୀ ତାଲିକାରୁ ହଟାଇ ଦିଆଯାଇଛି ଏବେ ତାଙ୍କ ସ୍ଥାନରେ ମୋହନ ପ୍ରକାଶ ହୋଇଛନ୍ତି ବିହାର କଂଗ୍ରେସର ପ୍ରଭାରୀ।

Comments are closed.