Latest Odisha News

BREAKING NEWS

ପାଇଲଟ ଚାକିରି ଛାଡ଼ିଲେ ସୁର ରାଉତରାୟଙ୍କ ପୁଅ ମନ୍ମଥ; ବାପାଙ୍କ ଆସନରୁ ଲଢିବେ !

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଚାକିରି ଛାଡିଲେ । ମନ୍ମଥ ଏୟାର ଇଣ୍ଡିଆରେ ପାଇଲଟ ଭାବେ କାର୍ଯ୍ୟରତ ଥିଲେ ।  ଚାକିରି ଛାଡିବା ନେଇ ଆଜି ଘୋଷଣା କରିଛନ୍ତି ନିଜେ ମନ୍ମଥ ।

ତେବେ କାହିଁକି ଚାକିରି ଛାଡିଲେ ମନ୍ମଥ ? ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ । ୨୦୨୪  ନର୍ବାଚନ ଲଢିବେ କି ମନ୍ମଥ ? କାରଣ ଆଗାମୀ ନିର୍ବାଚନ ସୁର ରାଉତରାୟ ଲଢିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ ।

ତେଣୁ ସୁରଙ୍କ ସ୍ଥାନ ତାଙ୍କ ପୁଅ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏ ନେଇ ନିଜେ ମନ୍ମଥ ବି କହିଛନ୍ତି, ସେ ଲୋକଙ୍କ ସେବା କରିବା ପାଇଁ ଚାକିରି ଛାଡିଛନ୍ତି ।

ମନ୍ମଥ ଏକ ଘରୋଇ ନିଜଜ ଚାନେଲକୁ ସାକ୍ଷାତ ଦେଇ କହିଛନ୍ତି, ସେ ତାଙ୍କ ବାପାଙ୍କୁ ରାଜନୀତିରେ ସାହଯ୍ୟ କରି ଆସୁଛନ୍ତି ଏବଂ ଜଟଣୀ ନିର୍ବାଚନମଣ୍ଡଳୀର ଲୋକେ ତାଙ୍କୁ ଗ୍ରହଣ କରିଛନ୍ତି ।  ସେ କେଉଁ ଦଳରେ ମିଶିବେ ଏ ନେଇ ଅବଶ୍ୟ ସ୍ପଷ୍ଟ  କରିନାହାନ୍ତି । ତେବେ ସେ ତାଙ୍କ ବାପାଙ୍କ ପଦାଙ୍କ ଅନୁସରଣ କରି ଜଟଣୀ ନିର୍ବାଚନମଣ୍ଡଳୀରେ ଅଧିକ ଫୋକସ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.