Latest Odisha News

BREAKING NEWS

ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ; ୧୧୯ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୧୯ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୩୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୧୦।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୭ ଓ କଟକରୁ ଚିହ୍ନଟ ହୋଇଛନ୍ତି ୧୨୦ ନୂଆ ଆକ୍ରାନ୍ତ । ଯାଜପୁର ଜିଲ୍ଲାରୁ ୨୭ ଓ ଜଗତସିଂହପୁର ଜିଲ୍ଲାରୁ ଆଉ ୧୮ ସଂକ୍ରମିତ ହୋଇଛନ୍ତି । ଅନୁଗୁଳରୁ ୧୦, ବାଲେଶ୍ବରରୁ ୩୨, ବରଗଡରୁ ୧୧, ଭଦ୍ରକରୁ ୯, ଦେଓଗଡ଼ରୁ ୬, ଢେଙ୍କାନାଳରୁ ୯, ଗଞ୍ଜାମରୁ ୩, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୮, କେନ୍ଦୁଝରରୁ ୫, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୩୨, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧୧, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୧, ସୁନ୍ଦରଗଡରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.