Latest Odisha News

୨୪ ଘଣ୍ଟାରେ ୧୧୦ ନୂଆ ମାମଲା ସହ ରାଜ୍ୟରେ ୩୨୫୦ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦ ଟି ନୂଆ କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୦ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛନ୍ତି ।
ଆଜି ଚିହ୍ନଟ ୧୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୯୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରେ ହୋଇଥିବାବେଳେ ୧୩ ଟି ସ୍ଥାନୀୟ ମାମଲା ରହିଛି ।

କେଉଁ ଜିଲ୍ଲାରୁ କେତେ…

ଜଗତସିଂହପୁରରୁ ୩୩ ଜଣ, ରାୟଗଡାରୁ ୪ ଜଣ, କଟକରୁ ୨୦ ଜଣ, ଝାରସୁଗୁଡାରୁ ଜଣେ, ଖୋର୍ଦ୍ଧାରୁ ୧୪ ଜଣେ, ନୟାଗଡରୁ ୪ ଜଣ, ବରଗଡରୁ ୨ ଜଣ, ଭଦ୍ରକରୁ ଜଣେ, କଳାହାଣ୍ଡିରୁ ୪ ଜଣ , ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ବଲାଙ୍ଗିରରୁ ଜଣେ, କେନ୍ଦ୍ରାପଡାରୁ ଜଣେ, ମୟୁରଭଞ୍ଜରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦୁଝରରୁ ଜଣେ, ଓ ବୌଦ୍ଧରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଓଡ଼ିଶାରେ ବର୍ତ୍ତମାନ ୨୧୩୩ ଜଣ ସୁସ୍ଥ ହେବା ସହ ୧୧୦୬ ଟି ସକ୍ରିୟ ମାମଲା ରହିଛି।

Leave A Reply

Your email address will not be published.