Latest Odisha News

BREAKING NEWS

ରାଜ୍ୟରେ ୫୪୫ ନୂଆ ଆକ୍ରାନ୍ତ ଚିହ୍ନଟ; ୭୪ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ୫୪୫ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୭୪ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୩୧୯ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୨୨୬।

ସେହିପରି ଅନୁଗୁଳରୁ ୭, ବାଲେଶ୍ବରରୁ ୪୭, ବରଗଡରୁ ୧, ଭଦ୍ରକରୁ ୧୦, ବଲାଙ୍ଗୀରରୁ ୨, କଟକରୁ ୭୩, ଦେଓଗଡରୁ ୪, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୭, ଯାଜପୁରରୁ ୨୦, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରପଡାରୁ ୧୦, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୨, ମୟୁରଭଞ୍ଜରୁ ୧୪, ନବରଙ୍ଗପୁରରୁ ୩, ପୁରୀରୁ ୬, ରାୟଗଡାରୁ ୩, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.