Latest Odisha News

BREAKING NEWS

ରାଜ୍ୟରେ ୪୫୩ ନୂଆ ଆକ୍ରାନ୍ତ; ୫୩ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ଖସୁଛି ଦୈନିକ କରୋନା ମାମଲା। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୪୫୩ଟି କରୋନା ମାମଲା ରିପୋର୍ଟ ହୋଇଛି। ସେଥିରୁ ୧୮ ବର୍ଷ ଭିତରେ ୫୩ ଜଣ ଛୁଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୬୫ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ୍‌ କେସ୍‌ ରହିଛି ୧୮୮।

ସେହିପରି ଅନୁଗୁଳରୁ ୧, ବାଲେଶ୍ବରରୁ ୧୭, ବରଗଡରୁ ୧, ଭଦ୍ରକରୁ ୪, ବଲାଙ୍ଗୀରରୁ ୧, ବୌଦ୍ଧରୁ ୧, କଟକରୁ ୫୯, ଦେଓଗଡରୁ ୩, ଢେଙ୍କାନାଳରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨୪, ଯାଜପୁରରୁ ୧୩, ଝାରସୁଗୁଡାରୁ ୧, କେନ୍ଦ୍ରପଡାରୁ ୪, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୦୧, କୋରାପୁଟରୁ ୩, ମୟୂରଭଞ୍ଜରୁ ୨୨, ନୟାଗଡରୁ ୩, ପୁରୀରୁ ୧୯, ରାୟଗଡାରୁ ୩, ସମ୍ବଲପୁରରୁ୧୮, ସୁନ୍ଦରଗଡରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.