Latest Odisha News

ଓଡ଼ିଶାରେ ୫୦ହଜାର ପାର୍ କଲା କରୋନା ଆକ୍ଟିଭ୍ କେସ୍, ୧୪ ଜିଲ୍ଲାରେ କେବଳ ୮୦%

ଭୁବନେଶ୍ୱର: ରାଜ୍ୟରେ ଆଜି ୫୦ ହଜାର ପାର କରିଛି କରୋନା ଆକ୍ଟିଭ୍ କେସ । ଆଜି ଆଉ ୬ହଜାର ୭୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସକ୍ରିୟ ମାମଲା ୫୦ହଜାର ୯୫୮କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ରହିଛି ୧୪ଟି ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର ।
୧୪ ଜିଲ୍ଲାରେ ୮୦% ଆକ୍ଟିଭ୍ କେସ୍
ରେଡ୍ ଜୋନ ଜିଲ୍ଲାରେ ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି । ସେସବୁ ଜିଲ୍ଲାରେ ରହିଛି ୪୦ହଜାର ୮୦୪ଟି ଆକ୍ଟିଭ୍ କେସ୍ । ଅର୍ଥାତ ମୋଟ୍ ଆକ୍ଟିଭ୍ କେସର ୮୦ ପ୍ରତିଶତ କେବଳ ୧୪ଟି ଜିଲ୍ଲାରେ ରହିଛି । ଖୋର୍ଦ୍ଧାରେ ସର୍ବାଧିକ ୮ହଜାର ୯୭୩ଟି ଆକ୍ଟିଭ୍ କେସ୍ ରହିଛି ।

ସେହିପରି ସୁନ୍ଦରଗଡ଼ରେ ୫ହଜାର ୭୩୫, କଳାହାଣ୍ଡିରେ ୩ହଜାର ୪୫୪, କଟକରେ ୩ହଜାର ୪୨ଟି ସକ୍ରିୟ ମାମଲା ରହିଛି । ସେହିପରି ନୂଆପଡ଼ାରେ ୨ହଜାର ୭୫୦, ଝାରସୁଗୁଡ଼ାରେ ୨ହଜାର ୪୮୪, ବରଗଡ଼ ୨ହଜାର ୪୫୮, ବଲାଙ୍ଗିରରେ ୨ହଜାର ୧୨୬, ପୁରୀ ୨ହଜାର ୧୭୬, ସମ୍ୱଲପୁରରେ ୨ହଜାର ୧୨୩ଟି ସକ୍ରିୟ ମାମଲା ରହିଛି । ବାକି ୪ଟି ଜିଲ୍ଲାରେ ହଜାରରେୁ ଦୁଇ ହଜାର ଭିତରେ ରହିଛି ଆକ୍ଟିଭ୍ କେସ୍ ।

Leave A Reply

Your email address will not be published.