ଭୁବନେଶ୍ୱର: ଓଡିଶାରେ ଆଉ ୮ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଭାଗ ଅନୁଯାୟୀ ବୌଦ୍ଧରୁ ୧, କଟକରୁ ୩, କନ୍ଧମାଳରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୧ ଓ ସୁବର୍ଣ୍ଣପୁରରୁ ଜଣଙ୍କର ମୃତ୍ୟୁ ଘଟିଛି।
-ବୌଦ୍ଧରୁ ଜଣେ ୬୫ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।
-କଟକରୁ ଜଣେ ୫୦, ୪୫ ବର୍ଷ ବୟସ୍କ ପୁରୁଷ ଓ ୫୨ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।
-କନ୍ଧମାଳରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ ।
-ରାୟଗଡାରୁ ଜଣେ ୫୦ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।
-ସମ୍ବଲପୁରରୁ ଜଣେ ୫୧ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି ।
-ସୁବର୍ଣ୍ଣପୁରରୁ ଜଣେ ୭୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
Comments are closed.