Latest Odisha News

BREAKING NEWS

ଓସିଏ ନିର୍ବାଚନ ଲାଗି ଜାରି ରହିଛି ମତଦାନ

କଟକ: କଟକର ବାରବାଟୀ ଷ୍ଟାଡିୟମରେ ଶୁକ୍ରବାର ସକାଳ ୧୧ଟା ୩୦ମି.ରୁ ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ) ନିର୍ବାଚନ ଲାଗି ମତଦାନ ଆରମ୍ଭ ହୋଇଛି । ଏହାର ଫଳାଫଳ ସନ୍ଧ୍ୟା ସୁଦ୍ଧା ଘୋଷିତ ହେବ ବୋଲି ଜଣାପଡିଛି ।
ଏହି ନିର୍ବାଚନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ, ଯୁଗ୍ମ ସଚିବ, କୋଷାଧ୍ୟକ୍ଷ ଓ ଓସିଏ ପରିଷଦର ସଦସ୍ୟ ଭଳି ୬ଟି ପଦ ଲାଗି ଅନୁÂିତ ହେଉଛି ।

ସୁପି୍ରମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ରାଜେନ୍ଦ୍ର ମଲ୍ ଲୋଧା ସମିତିର ସୁପାରିଶ ଲାଗୁ ହେବାପରେ ଓଡିଶା କି୍ରକେଟ୍ ଆସୋସିଏନର ଏହା ପ୍ରଥମ ନିର୍ବାଚନ ।

ପୂର୍ବତନ ଓସିଏ ସମ୍ପାଦକ ଆଶିର୍ବାଦ ବେହେରାଙ୍କ ମତଦାନ ପତ୍ର ଝାରପଡା ଜେଲ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦିଆଯାଇଛି । ବିଶେଷତଃ ଶ୍ରୀ ବେହେରାଙ୍କ ପୁଅ ସଞ୍ଜୟ ମଧ୍ୟ ସଚିବ ପଦ ଦୌଡରେ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଅର୍ଥତତ୍ତ୍ୱ ଚିଟଫଣ୍ଡ ଦୁର୍ନିତୀ ମାମଲାରେ ସମ୍ପୃକ୍ତି ନେଇ ନିକଟ ଅତୀତରେ ସିବିଆଇ କଟକସ୍ଥିତ ବାସଭବନରୁ ପୂର୍ବତନ ଓସିଏ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.