Latest Odisha News

BREAKING NEWS

ଗ୍ୟାଙ୍ଗଷ୍ଟର୍ ଟିଟୋର ୪ ସହଯୋଗୀ କଟକରୁ ଗିରଫ

ଭୁବନେଶ୍ୱର : ଓଡ଼ିଶା କ୍ରାଇମ ବ୍ରାଞ୍ଚ ବୁଧବାର ଦିନ ଗ୍ୟାଙ୍ଗଷ୍ଟର୍ ଟିଟୋର ଅନ୍ୟ ୪ ସହଯୋଗୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଗିରଫ ହୋଇଥିବା ୪ ଜଣ ସହଯୋଗୀ ଅଭିଯୁକ୍ତମାନେ ହେଲେ ଗୋଲ୍ଡେନ୍ ପପ୍ପୁ, ସେକ୍ ଅବଦୁଲ୍ଲା, ଇମତିଆଜ ଖାନ ଓ ଜାହାଙ୍ଗିର ଖାନ । ଗିରଫ ହୋଇଥିବା ଏହି ୪ ଜଣଙ୍କ ସମେତ ଟିଟୋର ମୋଟ ୮ଜଣ ସହଯୋଗୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଓଡ଼ିଶା କ୍ରାଇମ ବ୍ରାଞ୍ଚର ସ୍ପେସାଲ୍ ଟାସ୍କ ଫୋର୍ସର କହିବାନୁଯାୟୀ ଏହି ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ଗିରଫ ସଂଖ୍ୟା ଆଗକୁ ଆହୁରି ବଢିବ ।

ଟାସ୍କ ଫୋର୍ସର ଏକ ୧୦ ଜଣିଆ ଟିମ୍ କଟକର ବିଭିନ୍ନ ଅଞ୍ଚଳ ଚଢାଉ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

କେନ୍ଦ୍ରାପଡ଼ା ଏସଡ଼ିଜିଏମ କୋର୍ଟରେ ଟିଟୋକୁ ହାଜର କଲା ପରେ ବାରିମୂଳ ଜେଲକୁ ପଠାଇଦେଇଛି ପୋଲିସ । ଟିଟୋକୁ ପଚରାଉଚରା ଲାଗି ଏକ ୩ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

Leave A Reply

Your email address will not be published.