ଭୁବନେଶ୍ୱର: ସହିଦ ନଗରର ଏକ ଭଡ଼ା ଘରେ ୧୭ ବର୍ଷୀୟା ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ‘ରେଡ୍ ଫ୍ଲାଗ୍’ ଭାବରେ ବର୍ଗୀକୃତ କରିଛି।
କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ଡିଜିପି ମାମଲାକୁ କଡ଼ାକଡ଼ି ତଦାରଖ କରିବେ ବୋଲି ସୂଚନା ମିଳିଛି।
ଓଡ଼ିଶା ପୋଲିସ ଦ୍ୱାରା ଜାରି ହୋଇଥିବା ୨୦୧୪ ମସିହାର ବିଜ୍ଞପ୍ତି ଅନୁଯାୟୀ, ମହିଳାଙ୍କ ସହିତ ଜଡିତ ଦୁଷ୍କର୍ମ ଏବଂ ହତ୍ୟା ଜନିତ ଯେକୌଣସି ଅପରାଧ ‘ରେଡ୍ ଫ୍ଲାଗ୍’ ବର୍ଗରେ ଆସେ।
ଉଲ୍ଲେଖଯୋଗ୍ୟ, ଡାଟାଏଣ୍ଟ୍ରି ଅପରେଟର୍ ଚାକିରି କରାଇଦେବାକୁ ପ୍ରଲୋଭନ ଦେଖାଇ ପୀଡ଼ିତାଙ୍କୁ ଭୁବନେଶ୍ବର ଡାକିଥିଲା ଅଭିଯୁକ୍ତ। ପୀଡିତାଙ୍କ ବୟସ ୧୭ ବର୍ଷ ହେବ। ଗତ ୧୮ ତାରିଖରେ ସହିଦ ନଗରରେ ଏକ ହୋଟେଲକୁ ଡାକିଥିଲେ ଅଭିଯୁକ୍ତ। ପରେ ସେମାନେ କୋଠରୀ ଭିତରେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ପୀଡ଼ିତା କୌଶଳ କ୍ରମେ ସେଠାରୁ ଖସି ଆସି ସହିଦନଗର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
Comments are closed.