Latest Odisha News

BREAKING NEWS

ଆଜି ବାଲେଶ୍ୱର ଯିବେ ପୋଲିସ ଡିଜି, ସୀମାରେ ଏନଫୋର୍ସମେଣ୍ଟ ସ୍ଥିତି ପରଖିବେ

ଭୁବନେଶ୍ୱର: ଆଜି ବାଲେଶ୍ୱର ଗସ୍ତରେ ଯିବେ ପୋଲିସ ଡିଜି ଅଭୟ । ଏହି ଦୁଇ ଜିଲ୍ଲାରେ କୋଭିଡ୍ ଏନଫୋର୍ସମେଣ୍ଟର ସମୀକ୍ଷା କରିବେ । ବିଶେଷ କରି ପଡ଼ୋଶୀ ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ପୋଲିସ ଡିଜି । ବିଶେଷ କରି ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଅଟକାଇବାକୁ ପୋଲିସର କାର୍ଯ୍ୟ ନେଇ ସମୀକ୍ଷା କରିବେ । ଜଳେଶ୍ୱର ଲକ୍ଷ୍ମଣନାଥ ଚେକ୍ ଗେଟ୍‌ ନିକଟରେ ସ୍ଥିତି ପରଖିବା ସହ ଅନ୍ତଃରାଜ୍ୟ ଚେକ୍ ଗେଟରେ ଯାଞ୍ଚ ପ୍ରକ୍ରିୟାର ରିଅଲିଟି ଚେକ୍ କରିବେ ପୋଲିସ ଡିଜି । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ବି ରହିଛି ।

Leave A Reply

Your email address will not be published.