ଭୁବନେଶ୍ୱର: ଆୟୁଷ ଡାକ୍ତରଙ୍କ ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ସରକାରୀ ଡାକ୍ତରଙ୍କୁ ମଙ୍ଗଳବାର ଦିନ ଭୁବନେଶ୍ୱରର ଏୟାରଫିଲ୍ଡ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି।
ଅଭିଯୁକ୍ତ ଜଣକ କ୍ଷମାନିଧି ସେଠୀ ବୋଲି ଜଣାପଡ଼ିଛି। ସେ ବର୍ତ୍ତମାନ ପୁରୀ ଜିଲ୍ଲାର କଣାସ ସିଏଚସିରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଭାବରେ କାର୍ଯ୍ୟରତ। ତେବେ ମହିଳା ଜଣକ ଡ୍ୟୁଟି ସାରି ନିଜ ଗାଡିରେ ଘରକୁ ଫେରୁଥିଲେ। ସେହି ସମୟରେ କ୍ଷମାନିଧି ତାଙ୍କୁ ଲିଫ୍ଟ ମାଗି ତାଙ୍କ ବାସଭବନରେ ଛାଡ଼ିଦେବା ପାଇଁ ଅନୁରୋଧ କରିଥିଲେ।ତେବେ ପରେ ମହିଳାଙ୍କ ସହିତ ସେ ଦୁର୍ବ୍ୟବହାର କରିବା ସହ ପଦୋନ୍ନତି ବଦଳରେ ‘ୱାନ୍-ନାଇଟ୍ ଷ୍ଟାଣ୍ଡ’ ପାଇଁ କହିଥିବା ଅଭିଯୋଗ ହୋଇଛି। ଯଦି ସେ ଏପରି କରିବାକୁ ମନା କରନ୍ତି ତେବେ ସେ ତାଙ୍କୁ ଅତିରିକ୍ତ କାମ ଚାପ୍ ଦେବାକୁ ମଧ୍ୟ ଧମକ ଦେଇଥିଲେ।
ଯାହାପରେ ମହିଳା ଜଣକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ। ପ୍ରାଥମିକ ତଦନ୍ତ କରାଯାଇ ପ୍ରଥମେ କ୍ଷମାନିଧିଙ୍କୁ ଗିରଫ କରାଯାଇଥିଲା। ପରେ BNSର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।
Comments are closed.