Latest Odisha News

BREAKING NEWS

କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି

ପୁରୀ: ଓଡିଶାରେ ଜାରି ରହିଛି ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଏହାରି ଭିତରେ କିଛି ସ୍ଥାନରେ  ମତଦାନ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । କୋଣାର୍କରେ ମତଦାନ ବେଳେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି ।

ଏଥିରେ ଜଣେ ଆହତ ହୋଇଥିବା ସୂଚନା ରହିଛି । ଗୋପ ବ୍ଲକ ୪୧ ନମ୍ବର ବୁଥ୍‌ରେ ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି  । ଫଳରେ ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି । ଆହତ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସେପଟେ କୋଣାର୍କର ଗୋପ ବ୍ଲକ ୪୧ ନଂ ବୁଥ୍‌ରେ ଇଭିଏମ୍ ଅଚଳ । ମତଦାନ ଅଧାରୁ ଇଭିଏମ୍ ଅଚଳ ହୋଇିଥିବା ସୂଚନା ରହିଛି । ଇଭିଏମ୍ ଅଚଳ ହୋଇିଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ ଲୋକେ ଅସହ୍ୟ ଗରମରେ ଲମ୍ବା ଲାଇନ ରେ ଛିଡା ହୋଇଛନ୍ତି । ସେହିପରି ଆଜି କିଛି ସ୍ଥାନରେ ଇଭିଏମ ତ୍ରୁଟି ଦେଖାଦେଇଛି  । ଫଳରେ  ଭୋଟରଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ ମତଦାନ କରିବାରେ ପ୍ରବଳ ବିଳମ୍ବ ହୋଇଛି ।

Comments are closed.