କଟକ : ଆଇନା ଆଗରେ ଠିଆ ହୋଇ ଆଇନାକୁ ନିର୍ଦ୍ଦେଶ ଦେଲେ ସବୁ ଖବର ମିଳିବ। ଏପରିକି ଫ୍ୟାନ୍,ଏୟାର୍ କଣ୍ଡିସନର୍ ଫ୍ୟାନ୍ ବଲବ ଜଳି ରଙ୍ଗ ମଧ୍ୟ ପରିବର୍ତ୍ତନ ହୋଇପାରିବ। ଏହାସହ ଆଉ କେତେ କଣ ମାନିଯିବ ଏହି ଆଇନା…ଏପରି ଏକ ସ୍ମାର୍ଟ ମିରରର ନୂତନ ଭାବେ ଆବିଷ୍କାର କରିଛନ୍ତି କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର ଶେଷ ବର୍ଷର ଛାତ୍ର ସ୍ୱାଧିନ ଦାସ ।
କୋଭିଡ ସମୟରେ ଲକଡାଉନ ଓ ସର୍ଟଡାଉନ ସତେ ଯେମିତି ସ୍ବାଧୀନଙ୍କ ପାଇଁ ଆଣିଦେଇଥିଲା ସୁବର୍ଣ୍ଣ ସୁଯୋଗ । ଏକ ନୂଆ କରି ଦେଖାଇବାର ଆଗ୍ରହ ଓ ଉତ୍ସାହ ନେଇ ଛାତ୍ର ସ୍ୱାଧିନ ଦାସ ଆରମ୍ଭ କରିଥିଲେ ସ୍ମାର୍ଟ ମିରର । ସ୍ମାର୍ଟ ମିରର ଆଗରେ ଭଏସ କମାଣ୍ଡ ଦେଲେ ସବୁ କାମ ଆପେ ଆପେ ହୋଇଯିବ । ଏକ ବଡ଼ ଦର୍ପଣ, ପ୍ଲାଏ ବୋର୍ଡ ଓ କିଛି ଇଲେକ୍ଟ୍ରିକାଲ ଡିଭାଇସ୍ ନେଇ ତିଆରି ହୋଇଛି । ଏହି ମିରର ଇଲେକ୍ଟ୍ରିରେ ଚାଲୁଛି ଏବଂ ଆବଶ୍ୟକ ହେଲେ ବ୍ୟାଟେରୀ ମଧ୍ୟ ବ୍ୟବହାର ହୋଇପାରିବ। ଖାଲି ସେତିକି ନୁହେଁ ପାଣିପାଗ ସମ୍ପର୍କରେ ସୂଚନା ବି ମିଳିପାରିବ । କଟକ ଭୁବନାନନ୍ଦ ଇଂଜିନିୟରିଂ ସ୍କୁଲର ଶେଷ ବର୍ଷର ଛାତ୍ର ସ୍ୱାଧିନ । ସ୍ମାର୍ଟ ମିରର ପାଇଁ ୨୦ ହଜାର ଟଙ୍କା ଯୋଗାଡ କରି କିଛି ସହଯୋଗୀଙ୍କୁ ନେଇ ୩ ମାସର ପରିଶ୍ରମ କରିଛନ୍ତି .. . .
ତା ସହିତ କ୍ୟାଲେଣ୍ଡର ଦେଖିବା ସହ ଗୀତ ଶୁଣି ବି ହେବ । ଆଉ ଟିଭି ମଧ୍ୟ ଦେଖି ହେବ । ସ୍ବାଧୀନଙ୍କ ଏହି ନିଆରା ପ୍ରୟାସ ସବୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନିଶ୍ଚିତରୁପେ ଆହୁରି ପ୍ରେରଣା ଯୋଗାଇବ . . .
ଆଗକୁ ସୁଯୋଗ ମିଳିଲେ ରାଜ୍ୟ ତଥା ଆନ୍ତର୍ଜାତିକ ସ୍ତରରେ ରାଜ୍ୟ ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ଆଶା ରଖିଛନ୍ତି ଛାତ୍ର ସ୍ୱାଧିନ ଦାସ।
Comments are closed.