ଭୁବନେଶ୍ୱର: ଅହମ୍ମଦାବାଦର ଟ୍ରାନ୍ସଷ୍ଟାଡିଆ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ମହିଳା ଲିଗ ଫୁଟବଲର ଏକ ମୁକାବିଲାରେ ଓଡିଶା ଏଫସି ଟିମ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଗତ ମ୍ୟାଚର ପରାଜୟକୁ ଭୁଲି ଓଡିଶା ଟିମ ୪-୦ ଗୋଲରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ୟୁନିୟନକୁ ସହଜରେ ପରାସ୍ତ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଓଡିଶା ଖେଳାଳିଙ୍କ ପ୍ରାଧାନ୍ୟ ରହିଥିଲା । ମ୍ୟାଚର ୧୭ତମ ମିନିଟରେ ଅଂଜୁ ଦଳ ପାଇଁ ପ୍ରଥମ ଗୋଲ ସ୍କୋର କରିଥିଲେ । ୨୫ତମ ମିନିଟରେ ଅଂଜୁଙ୍କ ଆକର୍ଷଣୀୟ ପାସକୁ ବାଲା ଗୋଲ କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଷ୍ଟର୍ଣ୍ଣ ସ୍ପୋର୍ଟିଂ କୌଣସି ଗୋଲ ସ୍କୋର କରିପାରି ନ ଥିଲା ।
ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ସୁଜାତା ଗୋଲ କରିଥିଲେ । ଇଷ୍ଟର୍ଣ୍ଣ ସ୍ପୋର୍ଟିଂ ମ୍ୟାଚକୁ ପ୍ରତ୍ୟାବର୍ତନ କରିବା ପାଇଁ ସମସ୍ତ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଲ୍ୟାଣ୍ଡା ଓଡିଶା ପାଇଁ ୪ର୍ଥଟି ଗୋଲ ଦେଇଥିଲେ । ଓଡିଶା ଏଫସି ମେ ୫ରେ ତାର ପରବର୍ତୀ ମୁକାବିଲାରେ ଚର୍ଚ୍ଚିଲ ବ୍ରଦର୍ସକୁ ଭେଟିବ । ଏହି ମ୍ୟାଚ ସାହିବାଗ ପୋଲିସ ଷ୍ଟାଡିୟମରେ ଖେଳାଯିବ ।
Comments are closed.