Latest Odisha News

ଡୁରାଣ୍ଡ କପ ଫୁଟବଲ: ଓଡିଶା ବିଦା

ଭୁବନେଶ୍ୱର: କୋକ୍ରାଝରର ସାଇ ଷ୍ଟାଡିୟମରେ ଅନୁଷ୍ଠିତ ଡୁରାଣ୍ଡ କପ ଫୁଟବଲରେ ଶନିବାର ଓଡିଶାର ଅଭିଯାନ ଶେଷ ହୋଇଛି । ନକଆଉଟ ପର୍ଯ୍ୟାୟ ପ୍ରବେଶ ଆଶା ଉଜ୍ଜୀବୀତ ରଖିବା ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ଜରୁରୀ ଥିଲା । ତେବେ ଓଡିଶା ନୈରାଶ୍ୟଜନକ ପ୍ରଦର୍ଶନ କରି ଆସାମର ବୋଡୋଲାଣ୍ଡ ଏଫସି ନିକଟରୁ ପରାଜିତ ହୋଇଥିଲା । ୬୨ତମ ମିନିଟରେ ଲାପୁଙ୍ଗ ପୁଙ୍ଗଟେଙ୍କ ଗୋଲ ବଳରେ ଓଡିଶା ୧-୦ର ଅଗ୍ରଣୀ ହାସଲ କରିଥିଲା । ମାତ୍ର ୮୧ମ ତମ ମିନିଟରେ ମାହେଶ୍ୱର ବୋଡୋଲାଣ୍ଡ ପକ୍ଷରୁ ଗୋଲ କରି ମ୍ୟାଚକୁ ୧-୧ ସ୍ଥିତିକୁ ଆଣି ଦେଇଥିଲେ । ୯୦ତମ ମିନିଟରେ ମାବେଣ୍ଡା ଗୋଲ କରି ଆସାମ ଟିମକୁ ଜିତାଇଥିଲେ ।

ଓଡିଶା ରାଜସ୍ଥାନ ୟୁନାଇଟେଡକୁ ପରାସ୍ତ କରିଥିବା ବେଳେ ଆର୍ମି ରେଡ ଓ ବୋଡୋଲାଣ୍ଡଠାରୁ ପରାଜିତ ହୋଇଛି । ୬ଟି ଗ୍ରୁପର ଶୀର୍ଷ ଟିମ ଏବଂ ଶ୍ରେଷ୍ଠ ୨ଟି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଦଳ କ୍ୱାର୍ଟରଫାଇନାଲକୁ ଉନ୍ନୀତ ହେବେ । ବୋଡୋଲାଣ୍ଡ ଟିମ ଓଡିଶା ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଦଳ ହୋଇଥିବାରୁ ଏହା ପ୍ରଶଂସକଙ୍କୁ ନିରାଶ କରିଛି ।

Leave A Reply

Your email address will not be published.